ଜେଏମଆଇ ବିଶ୍ୱବିଦ୍ୟାଳୟ ହିଂସାକାଣ୍ଡ ଉପରେ ମୁହଁ ଖୋଲିଲା ସୁପ୍ରିମକୋର୍ଟ

ଦିଲ୍ଲୀ , (ଯୁଗାବ୍ଦ ନ୍ୟୁଜ) : ନାଗରିକ ସଂଶୋଧନ ବିଲକୁ ବିରୋଦ୍ଧ କରି ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦୟାଳୟରେ ଘଟିଥିବା ହିଂସାକାଣ୍ଡ ଉପରେ ମୁହଁ ଖୋଲିଛନ୍ତି ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବୋବଡେ । ଜାମିଆ ମିଲିଆ ଇସଲାମିଆ ବିଚାରକ ନେବା ପାଇଁ ବରିଷ୍ଠ ଓକିଲ ଇନ୍ଦରା ଜୟସିଂ ଆବେଦନ କରିଥିବାକୁ ଏହା ଉପରେ ମତ ରଖଛନ୍ତି ପ୍ରଧାନ ବିଚାରପତି  କହିଛନ୍ତି  ଆମେ ଏହାକୁ ବିଚାରକୁ ନେବୁ କିନ୍ତୁ ଦଙ୍ଗାମୟ ପରିସ୍ଥିତ ମଧ୍ୟରେ ନୁହେଁ । ଛାତ୍ରଛାତ୍ରୀଙ୍କ ହିଂସାତ୍ମକ କ।ର୍ଯ୍ୟ ବନ୍ଦ ହେଲେ ତାପରେ ଏହାର ବିଚାର କରାଯିବ । ଆମେ  ଶାନ୍ତିପୁର୍ଣ୍ଣ ପ୍ରତିବାଦକୁ ବିରୋଧ କରୁନାହୁଁ । ଅନ୍ୟପଟେ ଜୟସିଂ କହିଛନ୍ତି ସମଗ୍ର ଦେଶରେ ଏବେ ମାନବାଧିକାର କ୍ଷୁର୍ଣ୍ଣ ହେଉଛି । ପ୍ରଧାନ ବିଚାରପତି ଏହାର ଉତ୍ତରେ ଏହାର ଅର୍ଥ ନୁହେଁ ଯେ , ଛାତ୍ର ଛାତ୍ରୀମାନେ ନିଜ ହାତକୁ ଆଇନକୁ ନେବେ । ପରିସ୍ଥିତ ଶାନ୍ତ ହେବା ପରେ ଯାଇ ଏ ବିଷୟରେ ଆଲୋଚନା କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ