ଜେଏମସିର ଶପଥ ପାଠ ଉର୍ସବ ସହ ଗୁଣବତ୍ତା ମାସ ପାଳନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ବ୍ଲକର ଆରଡବ୍ଲୁଏସଏସ ଦ୍ୱାରା ବୃହତ ପାନୀୟଜ ଯୋଗାଣ ପ୍ରକଳ୍ପ ଜେଏମସି ପ୍ରଜେକ୍ଟ (ଇଣ୍ଡିଆ) ଲିମିଟେଡ କରୁଅଛି । ଏହି ଜେଏମସି କମ୍ପାନୀ ବାଲିଗୁଡା ବ୍ଲକ ବାରଖମା ଠାରେ ତାଙ୍କରି କାର୍ଯ୍ୟାଳୟ ପରିସରରେ ଗୁଣବତ୍ତ ମାସ ପାଳନ (କ୍ୟାଲଟିି ମନ୍ଥ ସେରେମନୀ) ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମ କ୍ୟାଲିଟି ମ୍ୟାନେଜର ଏମଡି ଦିଲନୱାଜଙ୍କ ନେତୃତ୍ୱରେ ଏକ ବୈଠକ କରାଯାଇଛି । ଏଥିରେ ପ୍ରଥମେ ଉପସ୍ଥିତ ସମସ୍ତ ଅଧିକାରୀ ସମେତ କର୍ମଚାରୀ ମାନେ ଶପଥ ପାଠ କରିଥିଲେ ଯେ ପାଣିର ସମସ୍ୟାକୁ ଖତମ କରିବା ସହ ଏହି ପ୍ରକଳ୍ପକୁ ଗୁଣବତ (କ୍ୟାଲିଟି) ବା ଉନ୍ନତ ମାନର କାମ କରିବା ସହ ସୁରକ୍ଷିତ ସହ ସମୟସୀମା ପୁର୍ବରୁ କାମ ସାରିବାକୁ ଶପଥ ନେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଜେକ୍ଟ ମ୍ୟାନେଜର ନାଗେଶ୍ୱର ରାଓ,ପ୍ଲାନିଙ୍ଗ ମ୍ୟାନେଜର ପରେଶ ତ୍ରୀପାଠୀ.ଏକାଉଣ୍ଟ ହେଡ ପ୍ରକାଶ ମହାପାତ,୍ରଷ୍ଟୋରଇନଚାର୍ଜ ଶଙ୍କର ରାଓ, ପାଇପଲାଇନ ଇନଚାର୍ଜ ମାଧନ ନେନୀ.ସେଫଟୀ ଇନଚାର୍ଜ ସ୍ୱରାଜ ପାଢୀ ପ୍ରମୁଖ ମଂଚାସୀନ ଥିଲେ । ଏଥିରେ ଶପଥ ପାଠ କରିବା ସହ ଭଲକାମ କରିଥିବା କର୍ମଚାରୀ ମାନଙ୍କୁ ପ୍ରାଇଜ,ଟ୍ରଫି ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ସାଇଟ ଇଂଜିନିୟର,ସୁପରଭାଇଜର,ଠିକାଦାର,ଶ୍ରମିକ,ମେସିନ ଚାଳକ,କଲର ଶ୍ରମିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।


