ଜେଏସଡଵ୍ଲ୍ଯୁ ଖଣି ପରିସରରେ ବିଶ୍ଵ ଯୋଗ ଦିବସ ପାଳିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ): ୨୧ ଜୁନ ବିଶ୍ବ ଯୋଗ ଦିବସ ।ପୃଥୀବୀର କୋଣେ ଅନୁକୋଣେ ସରକାରୀ, ବେସରକାରୀ, କର୍ପୋରେଟ,ଖଣି ଖାଦାନ,କାରଖାନା,ଶିକ୍ଷାନୁଷ୍ଠାନ,ପ୍ରତିରକ୍ଷା ସବୁଠି ଯୋଗ ଦିବସ ପାଳନ କରାଯାଇଛି ।ଯଶ୍ବଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗ ଦିବସକୁ ମାନ୍ୟତା ଦେବା ପାଇଁ ମିଳିତ ଜାତିସଂଘର ପ୍ରସ୍ତାବକୁ ମିଳିତ ଜାତିସଂଘ ପାରିତ କରିଥିଲା । ୧୭୭ ଟି ରାଷ୍ଟ୍ର ଏହାକୁ ସମର୍ଥନ କରିଥିଲେ ।୨୦୧୪ ଜୁନ୍ ମାସକୁ ବିଶ୍ବ ଯୋଗ ଦିବସ ଭାବେ ସ୍ଵିକୃତି ଦିଆଯାଇଥିଲା ।ବିଶ୍ବକୁ ଗୋଟିଏ ପରିବାର ଭଳି ପରିକଳ୍ପନା କରି’ ବସୁଧୈବ କୁଟୁମ୍ବକଂ ‘ ହେଉ କି ବିଶ୍ବ ଶାନ୍ତି ପ୍ରତିଷ୍ଠା ପାଇଁ’ ସର୍ଭେ ଭବନ୍ତୁ ସୁଖୀନଃ’ ହେଉ,ଭାରତର ମୁନିଋଷିଗଣ ସର୍ବଦା ବିଶ୍ଵସ୍ତରରେ ନିଜର ଅବଦାନ ଓ ଆଭିମୁଖ୍ୟ ପାଇଁ ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି ।ଭାରତର ଋଷିକେଷକୁ ‘ ବିଶ୍ଵର ଯୋଗ ରାଜଧାନୀ ‘ କୁହାଯାଏ ।ଆସନ,ପ୍ରାଣାୟାମ ଧ୍ୟାନ ଆଦି ଯୋଗର ଅନ୍ତର୍ଭୁକ୍ତ । ଯୋଗରେ ୮୪ ପ୍ରକାରର ଆସନ ଏବଂ ୩୯୯ ପ୍ରକାରର ମୁଦ୍ରା ରହିଛି ।ସମଗ୍ର ବିଶ୍ବକୁ ଯୋଗ ମାଧ୍ୟମରେ ଯୋଡିବାର ଏକମାତ୍ର ପ୍ରୟାସ ।’ଏକ ବିଶ୍ଵ ,ଏକ ସ୍ଵାସ୍ଥ୍ଯ ‘ ହିଁ ଆଜି ଯୋଗ ଦିବସର ଅନୁଚିନ୍ତା ।ଯୋଗ ଶାରିରୀକ ଓ ମାନସିକ ସୁସ୍ଥ ରଖିବା ସହ ଜୀବନକୁ ସଂଯମତା ଓ ଶୃଙ୍ଖଳାର ସହ ଆଗକୁ ବଢ଼ିବାରେ ସହଯୋଗ କରେ ।ଦୃଢ଼ ସଂକଳ୍ପ ଏବଂ ଦୃଢ଼ ମନ ପାଇଁ ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ ଯୋଗ ନିହାତି ଆବଶ୍ୟକ ଅଟେ ।ବସ୍ତୁବାଦୀ ଦୁନିଆଁରେ ସମସ୍ତେ ଅର୍ଥ ପିପାସୁ ହୋଇ ନିଜ ଶରୀର ଓ ମନ ଉପରେ ନିୟନ୍ତ୍ରଣ ହରାଇ ଅବସାଦ ମହାମାରୀ ରୋଗରେ ପଡ଼ୁଛନ୍ତି ।ଯୁବ ମହଲରେ ଆତ୍ମହତ୍ୟା ପ୍ରବଣତା ଦେଖା ଦେଉଛି ।ଅବସାଦ ପାଇଁ ଔଷଧ ନାହିଁ କେବଳ ବିନା ଔଷଧରେ ଯୋଗ ହିଁ ଏକମାତ୍ର ବିକଳ୍ପ ।
ଏହି ବିଶ୍ବ ଯୋଗ ଦିବସରେ ସୁନ୍ଦରଗଡ଼ ଜିଲ୍ଲା ଖଣି ଖାଦାନ ଭରା କୋଇଡା ଖଣି ମଣ୍ଡଳ ଅନ୍ତର୍ଗତ ନାରାୟଣ ପୋଷି ସ୍ଥିତ ଜେଏସଡବଲ୍ଯୁ ଲୌହଖଣି ପରିସରରେ ଖଣିକତୃପକ୍ଷଙ୍କ ତରଫରୁ ଏକ ବୃହତ ଯୋଗ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ବ୍ୟୁରୋ ଅଫ୍ ସାଇନ୍ସ ର ଭୁବନେଶ୍ଵର ରିଜିଓନାଲ କଣ୍ଟ୍ରୋଲ ର ଅରୁଣ କୁମାର ଜୀ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ଜେଏସଡବ୍ଲ୍ଯୁ ଷ୍ଟିଲ ଓଡ଼ିଶା ମାଇନିଙ୍ଗ ବିଭାଗର ମାନବ ସମ୍ବଳ ମୁଖ୍ୟ ଚିତ୍ତରଞ୍ଜନ ବାହିନୀପତି,ଫାଇନାନ୍ସ ବିଭାଗର ମୁଖ୍ୟ ଅଙ୍କୁର ଦୋକାନିଆ,ପରିବେଶ ସ୍ବାସ୍ଥ୍ଯ ଓ ସୁରକ୍ଷା ବିଭାଗ ମୁଖ୍ୟ ବିଜୟ କୁମାର,ସିକ୍ଯୁରିଟି ବିଭାଗର‌ମୁଖ୍ଯ ସଂଜୀବ ଚୌଧୁରୀ,,ଲଜିଷ୍ଟିକ ବିଭାଗର ଜେନେରାଲ ମେନେଜର ସଂଗ୍ରାମ ଗଡ଼ନାୟକ,,ନାରାୟଣପୋଷୀ ଖଣି ପରିଚାଳକ ତପନ ରଥ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆର୍ଟ ଅଫ୍ ଲିଭିଂଅର୍ଗାନାଇଜେସନ ଭୁବନେଶ୍ଵର ରୁ ଆସିଥିବା ଯୋଗଗୁରୁ ଉପସ୍ଥିତ ରହି ଶତାଧିକ କର୍ମଚାରୀ ,ବୁଦ୍ଧିଜୀବୀ,ମାନ୍ୟଗଣ୍ୟ ବ୍ୟକ୍ତି,ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଯୋଗଶିକ୍ଷା ପ୍ରଦାନ କରିଥିଲେ ।ଯୋଗର ବିକଳ୍ପ ନାହିଁ ।ଯୋଗ ହିଁ ମଣିଷକୁ ସୁସ୍ଥ,ନିରୋଗ,ସୁଖ,ଶାନ୍ତି,ଭଗବତ ଚିନ୍ତନର ରାସ୍ତା ଦେଖାଇଥାଏ ।ଦୈନନ୍ଦିନ ମାନସିକ ଓ ଶାରିରୀକ ଚାପକୁ ଯୋଗହିଁ ନିୟନ୍ତ୍ରଣରେ ରଖିଥାଏ ।ତେଣୁ ସମସ୍ତେ ଦୈନନ୍ଦିନ ଜୀବନରେ ସୁପ୍ରଭାତ ସମୟରେ ଅଳ୍ପକ ବହୁତ ଯୋଗ କରିବା ପାଇଁ ଅତିଥି ତପନ କୁମାର ପରାମର୍ଶ ଦେଇଥିଲେ । ଏହି ଭବ୍ୟ ମହତ ଯୋଗ ଦିବସରେ ସମସ୍ତେ ଯୋଗ ଦେଇ ସଫଳତା କରିଥିବାରୁ ସମସ୍ତଙ୍କୁ ନାରାୟଣ ପୋଷି ଖଣି ପରିଚାଳକ ତପନ ରଥ କୃତଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ