ଜେଏସପିଏଲ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ

ଯୋଡା,(ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ଦେଓଝରସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓାର ଲିମିଟେଡ୍ ର ପିଲେଟ ପ୍ଲାନ୍ଟରେ ୭୪ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏଥିରେ କମ୍ପାନୀର ମୁଖ୍ୟ ଶ୍ରୀ ନବୀନ ଜିନ୍ଦଲ ଯୋଗ ଦେଇ ପତାକା ଉତୋଳନ କରିଥିଲେ । ଆମ ଦେଶରେ ଯୁବପିଢୀଙ୍କଠାରେ ଅଦମ୍ୟ ସାହସ ଏବଂ ଇଛାଶକ୍ତି ରହିଛି ବୋଲି ଜିନ୍ଦଲ କହିଥିଲେ । ଏହି ଅବସରରେ କମ୍ପାନୀରେ କାର୍ଯ୍ୟରତ ୨୦ ଜଣ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଡବିଲ ପ୍ଲାନ୍ଟ ମୁଖ୍ୟ ସୁରେଶା ଜି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ