ଜେଏସ୍ପିଏଲ୍ ଦ୍ୱାରା ସିଲାଇ ତାଲିମ୍ କେନ୍ଦ୍ର ଉଦଘାଟିତ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ଦାମପୁର ଗ୍ରାମରେ ବୁଧବାର ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓାର ଲିମିଟେଡ୍ (ଜେଏସପିଏଲ) ତରଫରୁ ଗ୍ରାମୀଣ ମହିଳା ମାନଙ୍କୁ ସ୍ୱାବଲମ୍ବୀ ତଥା ଅର୍ଥନୈତିକ ସଶକ୍ତିକରଣ କରାଇବା ଉଦ୍ଦେଶ୍ୟରେ ବୁଧବାର ଏକ ସିଲାଇ ତାଲିମ୍ କେନ୍ଦ୍ର ଉଦଘାଟନ କରାଯାଇଛି । ଦାମପୁର ଗ୍ରାମରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳାଙ୍କ ଉପସ୍ଥିତିରେ ଏହି କେନ୍ଦ୍ରଟିକୁ ଉଦଘାଟନ କରାଯାଇଥିଲା । ଏହି କେନ୍ଦ୍ରରେ କମ୍ପାନୀ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଜଣେ ପ୍ରଶିକ୍ଷକଙ୍କ ଦ୍ୱାରା ୫୦ ଜଣ ମହିଳାଙ୍କୁ ମାଗଣା ତାଲିମ ପ୍ରଦାନ କରାଯିବ । ଏଥିପାଇଁ କମ୍ପାନୀ ପକ୍ଷରୁ ୭ ଟି ସିଲାଇ ମେସିନ୍ ଓ ସମସ୍ତ ପ୍ରକାର ଆବଶକୀୟ ଉପକରଣ ଯୋଗାଇ ଦିଆଯାଇଛି । ସିଲାଇ କେନ୍ଦ୍ର ଉଦଘାଟନ ଅବସରରେ ଜେଏସପିଏଲ ବଡବିଲ ପ୍ଲାନ୍ଟ ମୁଖ୍ୟ କହିଥିଲେ ଯେ, ଏହି କେନ୍ଦ୍ରଟି ମହିଳାମାନଙ୍କୁ ଅର୍ଥନୈତିକ ସ୍ୱାବଲମ୍ବୀ କରାଇବା ସହ ସେମାନଙ୍କୁ ଅର୍ଥ ଉପାର୍ଜନ କରାଇବାର ନୂଆ ଦିଗ୍ ଦର୍ଶନ ଦେବ ।