ଜେଏସ୍ପିଏଲ୍ ରେ ୫୦ତମ ଜାତୀୟ ସୁରକ୍ଷା ଦିବସ ପାଳନ
ଯୋଡା,(ସମିର କୁମାର ଦାସ): ଯୋଡା ବ୍ଲକ୍ରେ ଥିବା ଜେଏସ୍ପିଏଲ୍ କାରଖାନା ପରିସରରେ ଗୁରୁବାର ୫୦ ତମ ଜାତୀୟ ସୁରକ୍ଷା ଦିବସ ପାଳିତ ହୋଇଯାଇଛି । କର୍ମକ୍ଷେତ୍ରର ସୁରକ୍ଷା ସ୍ୱାସ୍ଥ୍ୟ ଓ ଉତମ ପରିବେଶ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବାପାଇଁ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିମିଟେଡ୍ର କାରଖାନା ମୁଖ୍ୟ ବ୍ରିଜ ବଦହଦରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଚାରୀ ଓ ଶ୍ରମିକ ମାନଙ୍କୁ ନିୟମାବଳୀ କୁ କଡାକଡି ମାନିବା ସହିତ ସତର୍କତାମୂଳକ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ । ଏକତ୍ରଭାବେ କାମ କରି ହିଁ ସୁରକ୍ଷାକୁ ଆପଣେଇ ହେବ ଓ ଏଥିରେ ସଫଳତା ମିଳିବ ବୋଲି ସେ କହିଥିଲେ । କର୍ମଚାରୀ ଓ ଶ୍ରମିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାପାଇଁ ଏକ ସୁରକ୍ଷା ରଥକୁ ଉନ୍ମୋଚନ କରାଯାଇଥିଲା । ଏହି ରଥ କାରଖାନା ପରିସରରେ ସୁରକ୍ଷାର ବାର୍ତା ଦେବ । ଏତଦ୍ବ୍ୟତୀତ କର୍ମଚାରୀ ଓ ଶ୍ରମିକମାନଙ୍କ ପାଇଁ ସୁରକ୍ଷା ବିଭାଗ ଦ୍ୱାରା ପୋଷ୍ଟର ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଉତ୍ସବରେ କାରଖାନାର କମର୍ସିଆଲ ମୁଖ୍ୟ ସୁଶିଲ ଅଗ୍ରୱାଲ, ଅପରେସନ ମୁଖ୍ୟ ଏମ୍.ଡି ପୁରୁଷୋତମ, ଇଲେକ୍ଟ୍ରିକାଲ ମୁଖ୍ୟ ସୁନିଲ ପଟ୍ଟନାୟକ, ମାନବ ସମ୍ବଳ ମୁଖ୍ୟ ସରୋଦ କିଶୋର ପଣ୍ଡାଙ୍କ ସମେତ ସୁରକ୍ଷା ବିଭାଗର ମୁଖ୍ୟ ହରକୁଲେସ୍ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।