ଜେକେ ଟାୟାର ର ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ

ଦିଲ୍ଲୀ ଟ୍ରାଫିକ ପୋଲିସ ସେଫ୍ଟି ସେଲ ଓ ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମାନ୍ୟୁଫାକ୍‌ଚର ସହଯୋଗରେ ଜାନୁୟାରୀ ୧୦ରୁ ୧୭ ପର୍ଯ୍ୟନ୍ତ ଜେକେ ଟାୟାର ପକ୍ଷରୁ ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି ।  ବାର୍ଷିକ ସଡକ ସୁରକ୍ଷା ସପ୍ତାହର ଆରମ୍ଭ ହେବା ଦିନଠୁ ଜେକେ ଟାୟାର ଏକ ସକ୍ରିୟ ସଦସ୍ୟ ରୂପେ କାମ କରିଆସୁଛି । ଚଳିତ ବର୍ଷ କମ୍ପାନୀ ପକ୍ଷରୁ ରାଜଧାନୀ ଦିଲ୍ଲୀ ର ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାସେବୀ ମାନଙ୍କୁ ଏକ ସପ୍ତାହ ପାଇଁ ନିୟୋଜିତ କରାଯାଇଛି । ଏହି ସ୍ୱେଚ୍ଛାସେବୀ ମାନେ ଟ୍ରାଫିକ ଉଲ୍ଲଘଂନକାରୀ ମାନଙ୍କୁ ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସମ୍ବନ୍ଧରେ ଅବଗତ କରାଇବେ । ଏହି ସପ୍ତାହରେ ବିଭିନ୍ନ କର୍ମଶାଳା ଓ ସୁରକ୍ଷିତ ସବାରି ର‌୍ୟାଲିମାନ ଆୟୋଜନ କରାଯିବ ।  ଜେକେ ଟାୟାର ର ବରିଷ୍ଠ ଅଧିକାରୀ ଶ୍ରୀ ଅଜୟ ଶାହ ଟାୟାର ର ଦେଖାଶୁଣା, ମରାମତି ଓ ଏହାର ସୁରକ୍ଷିତ ଡ୍ରାଇଭିଂ ପ୍ରଭାବ ଉପରେ ଉଦ୍‌ବୋଧନ ଦେବେ । ଜେକେ ଟାୟାର ଇଣ୍ଡଷ୍ଟ୍ରିଜର ବିକ୍ରି ଓ ବିପଣନ ନିର୍ଦ୍ଦେଶକ ଶ୍ରୀ ଶ୍ରୀନିବାସୁ ଆଲ୍ଲାଫନ କହିଛନ୍ତି, “ଜେକେ ଟାୟାର ସଡକ ସୁରକ୍ଷା ପ୍ରତି ପ୍ରତିଶ୍ରୁତିବଦ୍ଧ । ଦିଲ୍ଲୀ ପୋଲିସ ଓ ଅଟୋମୋବାଇଲ ମାନ୍ୟୁଫାକ୍‌ଚର ଙ୍କ ମିଳିତ ସହଯୋଗରେ ସଡକ ସୁରକ୍ଷା ସପ୍ତାହ ଜନସାଧାରଣଙ୍କୁ ଶିକ୍ଷିତ କରିବାରେ ସହାୟକ ହେବ ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ