ଜେନିଫର୍‌ଙ୍କ ନୂଆ ପ୍ରୋମୋ ଶୁଟ୍‌

ଟିଭି ଦୁନିଆର ଅଭିନେତ୍ରୀ ଜେନିଫର୍ ୱିଙ୍ଗେଟ୍ ସିରିଏଲ୍ “ବେହଦ୍‌’ରେ ଚମତ୍କାର ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ଖୁବ୍ ଶୀଘ୍ର ଜେନିଫରଙ୍କର “ବେହଦ୍‌-୨’ ସିକ୍ୱେଲ୍ ଆସିବାକୁ ଯାଉଛି । “ବେହଦ୍‌’ରେ ପ୍ରଥମ ଭାଗ ପାଇଁ ଜେନିଫର୍ ଯେତିକି ପରିଶ୍ରମ କରି ନିଜ ଚରିତ୍ରକୁ ଲୋକଲୋଚନକୁ ଆଣିଥିଲେ, ଦ୍ୱିତୀୟ ଭାଗରେ ମଧ୍ୟ ସେପରି ପରିଶ୍ରମ କରିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ “ବେହଦ୍‌-୨’ର ପ୍ରୋମୋ ଶୁଟ୍ କରିବା ପାଇଁ ଜେନିଫର୍ ନିଜକୁ ଆଘାତ ପହଞ୍ଚାଇବାକୁ ମଧ୍ୟ ପଛାଇ ନାହାନ୍ତି । ସିରିଏଲର୍ ନିର୍ଦ୍ଦେଶକ ବିଜୟ ମୌର୍ଯ୍ୟ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଗୋଟିଏ ଶଟରେ ଜେନିଫରଙ୍କୁ ନଖରେ ଚଟାଣକୁ ସ୍କ୍ରାଚ୍ କରିବାର ଥିଲା । କିନ୍ତୁ ଏହି ଶଟ୍ ପାଇଁ ଜେନିଫର୍ ତାଙ୍କ ପ୍ରକୃତ ନଖର ବ୍ୟବହାର କରିଥିଲେ । ଏଥିପାଇଁ ତାଙ୍କ ନଖକୁ ଆଘାତ ମଧ୍ୟ ଲାଗିଥିଲା । ଏପରିକି “ବେହଦ୍‌-୨’ର ପ୍ରୋମୋ ଶୁଟକୁ ଜେନିଫର୍ ବିନା କୌଣସି ଅଭିଯୋଗରେ କରିଥିଲେ । ତେଣୁ ଶୋ’ ପ୍ରତି ଜେନିଫରଙ୍କ କେତେ ନିଷ୍ଠା ରହିଛି, ତାହା ଏଥିରୁ ହିଁ ଜଣାପଡ଼ିଥିଲା । “ବେଦଦ୍‌-୨’ର ୩ଟି ପ୍ରୋମୋ ଭିଡିଓ ନିକଟରେ ରିଲିଜ୍ ହୋଇସାରିଛି । ଏହି ତିନୋଟିଯାକ ଭିଡିଓକୁ ଦର୍ଶକେ ପସନ୍ଦ ମଧ୍ୟ କରିଛନ୍ତି । ୨ ଡିସେମ୍ବରରୁ ସିରିଏଲ୍ “ବେହଦ୍‌-୨’ ଟିଭିରେ ଟେଲିକାଷ୍ଟ ହେବାକୁ ଯାଉଛି । ଏହି ସିରିଏଲରେ ଜେନିଫର୍ ଖଳନାୟିକା “ମାୟା’ ଚରିତ୍ରରେ ଅଭିନୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ