ଜେନେରାଲ କାଶିମ୍ ସୁଲେମାନିଙ୍କ ଶବ ଶୋଭାଯାତ୍ରରେ ଦଳାଚକଟା ଘଟି ୩୫ ମୃତ୍ୟୁ

ତେହେରାନ୍-  ଜେନେରାଲ କାଶିମ୍ ସୁଲେମାନିଙ୍କ ଶବ ଶୋଭାଯାତ୍ରରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାଫଳରେ ଦଳାଚକଟାରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ଥିବାବେଳେ ବହୁ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା କହିଛି ଇରାନ୍ର ସରକାରୀ ଗଣମାଧ୍ୟମ ସଂସ୍ଥା । ସୁଲେମାନିଙ୍କ ଜନ୍ମ ସହରରେ ତାଙ୍କର ଶବ ଶୋଭାଯାତ୍ରା ବାହାର କରାଯାଇ ତାଙ୍କୁ କବର ଦେବାପାଇଁ ନିଆ ଯାଉଥିବା ବେଳେ ଲକ୍ଷଲକ୍ଷ ଇରାନ୍ବାସୀ ତାଙ୍କ ଶବ ଶୋଭାଯାତ୍ରରେ ସାମିଲ ହୋଇଥିଲେ। ଶବ ଶୋଭାଯାତ୍ରରେ ସାମିଲ ହୋଇଥିବା ଶୋକାକୁଳ ଜନତା ଜେନେରାଲ୍ କାଶିମ୍ ସୁଲେମାନିଙ୍କ ମୃତ୍ୟୁର ‘ଭୟବହ ପ୍ରତିଶୋଧ’ ନିଆଯିବ ବୋଲି କହିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ