ଜେପି ନଡା ଙ୍କ ପାଇଁ ଫିଟିଲା ବାଟ
ଦ୍ୱିତୀୟ ଥର ପାଇଁ ପ୍ରଧନମନ୍ତ୍ରୀ ଭାବେ ଶପଥ ନେଇ ସାରିଛନ୍ତି ନରେନ୍ଦ୍ରମୋଦି । ଆଉ ତାଙ୍କ କ୍ୟାବିନେଟରେ ସାମିଲ କରିଛନ୍ତି ବିଜେପି ର ଚାଣକ୍ୟ ତଥା ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା । ସେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସାମିଲ ହେବାପରେ କିଏ ହେବ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ବିଜେପି ନୂଆ ରଷ୍ଟ୍ରିୟ ଅଧ୍ୟକ୍ଷ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ଏବଂ ରେସରେ ଆଗରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେପି ନଡା । କିଛିଦିନ ହେଲା ଚର୍ଚ୍ଚା ଲାଗିରହିଥିଲା ଯେ ଧମେନ୍ର୍ଦ୍ର ପ୍ରଧାନ କିମ୍ବା ଜେପି ନଡା ହୋଇପାରନ୍ତି ରଷ୍ଟ୍ରିୟ ଅଧ୍ୟକ୍ଷ । କିନ୍ତୁ ମୋଦିଙ୍କ କ୍ୟାବିନେଟ ଧର୍ମେନ୍ଦ୍ର ସାମିଲ ହେବାପରେ ଏବେ ଆଗର ଅଛନ୍ତି ଜେପି ନଡା । ଚଳିତ ସାଧାରଣ ନିର୍ବାଚନ ରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ସମୟରେ ଶାହା ଙ୍କ ରଣ କୋ÷÷ଶଳ ରେ ଏସପି ଓ ବିଏସପି ମାଟି କାମୁଡି ପଡିଥିଲେ ଫଳରେ ବିଜେପି ଉତ୍ତରପ୍ରଦେଶ ର ସିଂହାସନ କୁ ଅକ୍ତିଆର କରିଥିଲା । ଏହା ଫଳ ସୂରୁପ ଅମିତଶାହା ଙ୍କୁ ରଷ୍ଟ୍ରିୟ ଅଧକ୍ଷ୍ୟ କରାଯାଇଥିଲା । ଚଳିତ ଥର ସାଧାରଣ ନିର୍ବାଚନ ବିଜୟ ଉତ୍ସବ ପାଳନ ସମୟରେ ବିଜେପି ର ମୁଖ୍ୟକାର୍ଯ୍ୟାଳୟ ରେ ଉପସ୍ଥିତ ଥିଲେ । ଅଧକ୍ଷ୍ୟ ଅମିତଶାହା , ରାଜନା ସିଂହ ,ଜେପିନଡା ମଞ୍ଚରେ ଉପସ୍ଥିତ ଥିଲେ । ଯଦି ଆମେ ନଜର ପକାଇବା ଶାହାଙ୍କ ବିକଳ୍ପ ବାଛିବା ବହୁ କଷ୍ଟକର କାରଣ ତାଙ୍କ ପରି ଦକ୍ଷ ଷ୍ଟ୍ରାଟେଜି ମେକର ମିଳିବା କଷ୍ଟ ଗତ ୫ ଟି ରାଜ୍ୟ ରେ ହୋଇଥିବା ନିର୍ବାଚନକୁ ଛାଡିଦେଲେ ଅନ୍ୟ ସବୁ ନିର୍ବାଚନରେ ଦଳକୁ ଜିତାଇ ପାରିଛନ୍ତି । ଏବେ ଯିଏ ଅଧ୍ୟକ୍ଷ ପଦ ନେବ ତାଙ୍କ ପାଇଁ ଚ୍ୟାଲେଞ୍ଜ ରହିବ । ଜେପି ନଡା ଙ୍କ ପଲିଟିକାଲ କ୍ୟାରିୟର ଉପରେ ନଜର ପାକାଇଲେ ମୋଦିଙ୍କ ପ୍ରଥମ ପାଳିର ସେ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ରେ ଥିଲେ । ତାଙ୍କ ସମୟରେ ବିଶ୍ୱର ସର୍ବବୃହତ ଜନ କଲ୍ୟାଣକାରୀ ଯୋଜନା ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନା ସର୍ବଭାରତ ସ୍ତରରେ ପହଁଞ୍ଚେଇ ପାରିଥିଲେ ନଡା । ମନ୍ତ୍ରୀ ଭାବେ ନିଜର ପରାକାଷ୍ଠା ଦେଖେଇ ସାରିଛନ୍ତି ଏହି ବରିଷ୍ଠ ନେତା । ଯଦି ସେ ରଷ୍ଟ୍ରିୟ ଅଧ୍ୟକ୍ଷ ଭାବେ ନିଯୁକ୍ତି ହେଉଛନ୍ତି କଣ ରହିବ ତାଙ୍କର ଗେମପ୍ଲାନ ଏବେ ଦେଖିବାକୁ ଅଛି ।