ଜେଲରେ ରହିବା ପାଇଁ ବୃଦ୍ଧବୃଦ୍ଧା କରୁଛନ୍ତି ଅପରାଧ
ଜାପାନରେ ବୟସ୍କ ବ୍ୟକ୍ତିମାନେ ବର୍ତ୍ତମାନ ସମୟରେ ଏକ ବିଚିତ୍ର ସମସ୍ୟା ଦେଇ ଗତିକରୁଛନ୍ତି । ଏଥିପାଇଁ ସେମାନେ ପ୍ରତିଦିନ କିଛି ନା କିଛି ଅପରାଧ କରି ଜେଲ୍ ଯିବାକୁ ପସନ୍ଦ କରୁଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ବୟସ୍କ ବ୍ୟକ୍ତିମାନେ ଏଠାରେ ନିଜ ଖୁସିରେ ଅପରାଧ କରି ଜେଲ୍ ଯାଇଥାନ୍ତି । ପ୍ରକୃତରେ ଜାପାନରେ ଗୋଟିଏ ଜେଲ୍ ଅଛି, ଯେଉଁଠାରେ ବୟସ୍କଙ୍କ ପାଇଁ ଖାଇବା ପିଇବା ଏବଂ ସ୍ୱାସ୍ଥ୍ୟ ସୁବିଧା ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ । କେବଳ ଏତିକି ନୁହେଁ, ଜେଲରେ ସମସ୍ତଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳିଥାଏ । ଯେଉଁ ବୟସ୍କମାନେ ପରିବାର ସଦସ୍ୟଙ୍କଠୁ ନିର୍ଯାତିତ, ଅବହେଳିତ ଏବଂ ବିତାଡ଼ିତ ସେମାନେ ଏହି ଜେଲକୁ ନିଜର ବଞ୍ଚିବାର ସାହାରା ଭାବିନେଇଥାନ୍ତି । ଏଣୁ ପ୍ରତିଦିନ କିଛି ନା କିଛି ଅପରାଧ ଘଟାଇ ଟିକିଏ ଶାନ୍ତିରେ ନିଃଶ୍ୱାସ ମାରିବାକୁ ସେମାନେ ଏଠାକୁ ଚାଲିଆସନ୍ତି । ପ୍ରାୟତଃ ୬୫ ବର୍ଷର ବୃଦ୍ଧବୃଦ୍ଧାମାନେ ଏଭଳି କରୁଥିବାର ଦେଖାଯାଇଛି ।


