ଜେଲ୍ ରେ ଏକଘରକିଆ ୟାସିନ୍ ମଲ୍ଲିକ୍

ଶ୍ରୀନଗର(ଏଜେନ୍ସି): କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ଜେକେଏଲ୍ ଫ୍ରଣ୍ଟର ଅଧ୍ୟକ୍ଷ ୟାସିନ୍ ମଲ୍ଲିକଙ୍କୁ ଜେଲ୍ରେ ମଧ୍ୟ ଏକଘରିଆ ହେବାକୁ ପଡ଼ିଛି । ତାଙ୍କୁ ଜାମ୍ମୁର ଉଚ୍ଚସ୍ତରୀୟ ସୁରକ୍ଷାବଳୟ ମଧ୍ୟରେ ଥିବା କୋଟ୍ ଭାଲୱାଲ କାରାଗାରର ସ୍ୱତନ୍ତ୍ର ସେଲ୍ ନଂ ୩ରେ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସେଲ୍ରେ ଆଉ କୌଣସି କଏଦୀ ରହିବେ ନାହିଁ କିମ୍ବା ୟାସିନ୍ କାହା ସହ କଥା ହୋଇପାରିବେ ନାହିଁ । ଏହି ଉଚ୍ଚ ସୁରକ୍ଷିତ ଜେଲରେ ମୋଟ୍ ୫୧ଠ ଜଣ କଏଦୀ ଅଛନ୍ତି । ଏମାନଙ୍କ ମଧ୍ୟରେ ୨ଠଠ ଜଣ ପାକିସ୍ତାନୀ ଓ ସ୍ଥାନୀୟ ଆତଙ୍କବାଦୀ ମଧ୍ୟ ଗିରଫ ହୋଇ ରହିଛନ୍ତି । ପ୍ରାପ୍ତ ସୂଚନାନୁସାରେ ୟାସିନ୍ଙ୍କ ନାଁରେ ପବ୍ଲିକ୍ ସେଫ୍ଟି ଆକ୍ଟ (ପିଏସ୍ଏ) ଅଧୀନରେ ମାମଲା ରୁଜୁ ହେବା ପରେ ତାଙ୍କୁ ଏପ୍ରକାର ଏକ ସ୍ୱତନ୍ତ୍ର ସେଲ୍ରେ ରଖାଯାଇଛି । ଏହି ମାମଲା ଯେଉଁ ବ୍ୟକ୍ତିଙ୍କ ବିରୋଧରେ ଲାଗୁ ହୋଇଥାଏ, ତାଙ୍କୁ ୨ ବର୍ଷ ପାଇଁ କୌଣସି ପରିସ୍ଥିତିରେ ମଧ୍ୟ କୋର୍ଟର ଦ୍ୱାରସ୍ଥ ହେବାକୁ ମଧ୍ୟ ସୁଯୋଗ ଦିଆଯାଇନଥାଏ । ପ୍ରକାଶ ଯେ, କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ଏବଂ ଦେଶର ସୁରକ୍ଷାକର୍ମୀଙ୍କ ବିରୋଧରେ କାର୍ଯ୍ୟ କରିବା ପାଇଁ ଲୋକଙ୍କୁ ଉସକାଉଥିବାରୁ ୟାସିନ୍ଙ୍କୁ ଗିରଫ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ