ଜେଲ୍ ଯିବାକୁ ଜିଦ୍ ଧରିଲେ ଯୁବକ
ଗାଜିଆବାଦ୍: ଉତ୍ତରପ୍ରଦେଶର ଗାଜିଆବାଦ୍ରେ ଜଣେ ଯୁବକ ଥାନାକୁ ଯିବା ପାଇଁ ପୁଲିସ ପାଖରେ ଅଡ଼ି ବସିଥିଲେ । ଏହା ପଛର କାରଣ ହେଉଛି ଯୁବକଙ୍କୁ କିଶୋରବସ୍ତାରୁ ନିଶା କରିବା ଅଭ୍ୟାସ ଲାଗି ଯାଇଥିଲା । ସେ ଏବେ ନିଶାରୁ ମୁକ୍ତି ପାଇବାକୁ ·ହୁଁଛନ୍ତି । ଘରେ ରହିଲେ ନିଶାଠାରୁ ଦୂରେଇ ରହି ପାରୁ ନାହାନ୍ତି । ଏଭଳି ସ୍ଥିତିରେ ସେ ଜେଲ୍ ଭିତରେ ହିଁ ରହିବାକୁ ·ହୁଁଛନ୍ତି । ଯାହା ଦ୍ୱାରା ସେ ନିଶାରୁ ମୁକ୍ତିପାଇପାରିବେ ।
ଯୁବକଙ୍କ ଏହି କଥା ଶୁଣି ଜିଆରପି ଥାନା ପ୍ରଭାରୀ ଚକିତ ହୋଇଯାଇଥିଲେ । ଯୁବକ ଜଣଙ୍କ ପାଖାପାଖି ୨ଘଣ୍ଟା ପର୍ଯ୍ୟନ୍ତ ଜେଲ୍ ଯିବା ପାଇଁ ଏଭଳି ଅଡି ବସିଥିଲେ । କିନ୍ତୁ ବିନା କୌଣସି ଅପରାଧରେ କୌଣସି ବ୍ୟକ୍ତିଙ୍କୁ ପୁଲିସ ଥାନାରେ ଭର୍ତ୍ତି କରିପାରିବେ ନାହିଁ ବୋଲି କହିଥିଲେ । ତେଣୁ ସେ ନିରାଶ ହୋଇ ଘରକୁ ଫେରିଥିଲେ । ସୂଚନା ମୁତାବକ, ଅଲିଗଡରେ ରହୁଥିବା ୨୨ ବର୍ଷୀୟ ଯୁବକ ଅନିସ୍ ଅଲବ ନିଜ ପରିବାର ସହ ବସବାସ କରନ୍ତି । ଶନିବାର ସେ ଦୁଇ ହଳ ପୋଷାକ, ସାବୁନ, ଶାମ୍ପୁ, ବ୍ରଶ୍ ଓ ପେଷ୍ଟ ସାଙ୍ଗରେ ନେଇ ଥାନାରେ ପହଞ୍ଚିଥିଲେ ଏବଂ ଥାନାରେ ପଶି ସିଧା ହାଜତ କବାଟ ଖୋଲିବାକୁ ଚେଷ୍ଟା କରିଥିଲେ । ପୁଲିସ ଯେତେବେଳେ ତାଙ୍କୁ କ’ଣ ଅପରାଧ କରିଛ ବୋଲି ପ·ରିଲା ଯୁବକ ଜଣଙ୍କ କହିଲେ , “ମୁଁ ନିଶାଖୋର । ୧୨ବର୍ଷ ବୟସରୁ ମୋତେ ନିଶାର ଅଭ୍ୟାସ ଲାଗିଗଲାଣି । ଘରେ ରହିଲେ ନିଶା ଛଡ଼ାଇ ପାରୁ ନାହିଁ । ସେଥିପାଇଁ ଥାନାକୁ ଆସିଛି । ଏଠାରେ କିଛି ଦିନ ରହିଲେ ନିଶା ଛାଡ଼ିଯିବ । ନିଶା ପାଇଁ ମୁଁ ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇପାରୁନାହିଁ । ମା’ ମୂଲ ଲାଗି ଗୁଜୁରାଣ ମେଣ୍ଟାଉଛି ।’