ଜେଲ ଭିତରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ,ହତ୍ୟା ଅଭିଯୋଗ ଆଣିଲେ ପରିବାର
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଜି ଜେଲ ଭିତରେ ମୃତ୍ୟୁ ଘଟିଛି । କଣ୍ଟାବାଞ୍ଜି ଜେଲ ରେ ଆଜି ସକାଳୁ ପ୍ରାୟ ୯ ଟା ସମୟରେ ଶୌଚ ପାଇଁ ଯାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ମୁତାବକ ଗୋବିନ୍ଦ ସାହୁ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଆଭିଯୁକ୍ତ ଓ ବିଚାରାଧୀନ କଏଦୀ ଭାବେ କଣ୍ଟାବାଞ୍ଜି ଜେଲ ରେ ଥିଲେ । ଆଜି ସକାଳୁ ପ୍ରାୟ ୯ ଟା ସମୟରେ ଶୌଚ ପାଇଁ ଯାଇଥିଲେ । ଜେଲ ଭିତରେ ଥିବା ଏକ ଗଛରେ ପିନ୍ଧା ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିବା ଖବର ମିଳିଛି । ଖବର ପାଇ ଜେଲ କର୍ତ୍ତୃପକ୍ଷ ଗୋବିନ୍ଦ ସାହୁଙ୍କୁ ଡାକ୍ତରଖାନା କୁ ଆଣିଥିଲେ । ଡାକ୍ତରି ମାଇନା ପରେ ତାଙ୍କୁ ମୃତ ଘୋଷଣା କରା ଯାଇଛି । ଜେଲ ରେ ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି ନା ଘଟଣା ଚପାଇବାକୁ ତାଙ୍କର ହତ୍ୟା କରଯାଇଛି ଏନେଇ ଅନେକ ସନ୍ଦେହ ଜାତ ହୋଇଛି । ତେବେ ଖବର ପାଇବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ ଘଟଣା ସ୍ଥଳକୁ ଗସ୍ତ କରିଛନ୍ତି ତଦନ୍ତ କରିଛନ୍ତି । ମମିତା ମେହେର ହତ୍ୟା ମାମଲାରେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସମେତ ଅନେକ ରାଜନେତା ଓ ବିଧାୟକଙ୍କ ହାତ ଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା ତେଣୁ ଏହା ଆତ୍ମ ହତ୍ୟା ନୁହଁ ଏକ ସୁଚିତିନ୍ତ ହତ୍ୟାକାଣ୍ଡ ବୋଲି ଗୋବିନ୍ଦ ଙ୍କ ପରିବାର ଅଭିଯୋଗ ଆଣିଛନ୍ତି । ଜେଲ ଡିଆଜି ଓ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ବଲାଙ୍ଗୀର ରେ ପହଞ୍ଚି ପୋଷ୍ଟ ମର୍ଟମ ପରେ ଏହି ଅତି ସମ୍ବେଦନଶୀଳ ଘଟଣାର ବିଭିନ୍ନ ତଥ୍ୟ ସାମ୍ନାକୁ ଆସିବ ବୋଲି ପ୍ରକାଶ କରିଛନ୍ତି । ତେବେ ଘଟଣାର ଗମ୍ଭୀରତା କୁ ନେଇ ଜିଲ୍ଲା ଓ ରାଜ୍ୟର ରାଜନୀତିକ ମହଲରେ ବିଭିନ୍ନ ମତ ପ୍ରକାଶ ପାଉଛି । ବିରୋଧି କଂଗ୍ରେସ ଓ ବିଜେପି ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଥିବା ବେଳେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ ବୋଲି ପୋଲିସ ମହାନିର୍ଦେଶକ ନିର୍ଦେଶ ଦେଇ ଥିବା ଜଣା ପଡ଼ିଛି ।