ଜେଲ ଭିତରେ ରେଡିଓ ଷ୍ଟେସନ୍
ଜେଲରେ ରହୁଥିବା କଏଦୀଙ୍କ ଦୁର୍ଦ୍ଦିନର କହାଣୀ କଥା ଆପଣ ଜାଣିଥିବେ । ଯେଉଁଠି କାଳ କୋଠରୀରେ ଅପରାଧୀମାନଙ୍କ ଜୀବନ ଏକ ଅନ୍ଧାରୀମୂଲକ ସହ ସମାନ । ନିଜ କଲା କର୍ମର ଫଳକୁ ସେଠାରେ ତାଙ୍କୁ ଭୋଗିବାକୁ ପଡ଼େ । କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ଜେଲ୍ ବିଷୟରେ ଜଣାଇବୁ ଯେଉଁଠିକାର ଚିତ୍ର କିଛି ଅଲଗା । ଯେଉଁ ଜେଲ ଭିତରେ ରହିଛି ଏକ ରେଡିଓ ଷ୍ଟେସନ । ଯାହାକୁ କଏଦୀମାନେ ହିଁ ଚଳାଇଥାନ୍ତି ।ମୁମ୍ବାଇର ତଲାଜା ଅଞ୍ଚଳରେ ଥିବା ଏହି ଜେଲରେ ଦିନ ୧୨ଟା ବାଜିଲେ ଲାଉଡ୍ସ୍ପିକର୍ ସ୍ୱର ଶୁଣିବାକୁ ମିଳିଥାଏ । ଜେଲ ଭିତର ଜୀବନ କେତେ ଦୁଃଖ ଆଉ କେତେ ଶୁଖ ତା’ର ପ୍ରତିଟି କଥା ଏହି ଲାଉଡ୍ ସ୍ପିକର୍ ହିଁ ବତାଇଥାଏ । ଆଉ ତା’ସହିତ କିଶୋର କୁମାରଙ୍କ ସ୍ୱରରେ ଗୀତ ମଧ୍ୟ ଶୁଣିବାକୁ ମିଳିଥାଏ । ଯାହାକୁ ଶୁଣି କଏଦୀଟିଏ ଦୁଃଖ ଭୁଲି ଯାଏ । ଆଉ ହସଖୁସିରେ ଦିନ ବିତିଯାଏ । ମୁମ୍ବାଇ ପରି ମେଟ୍ରୋପୋଲିଟାନ୍ ଅଞ୍ଚଳରେ ପ୍ରଥମ ଥର ପାଇଁ ଜେଲରେ ଏମିତି ଅଭିନବ ପଦକ୍ଷେପ ନିଆଯାଇଛି । ଜେଲ୍ର ସୁପରିଟେଣ୍ଡ୍ କୌସ୍ତୁଭ୍ କୁର୍ଲେକଙ୍କ କହିବା ଅନୁସାରେ,“ସଙ୍ଗୀତ ଆତ୍ମା ପର୍ଯ୍ୟନ୍ତ ପହଞ୍ଚିଥାଏ ଏବଂ କଏଦୀଙ୍କ ଚିନ୍ତା ଦୂର କରିବାର କାର୍ଯ୍ୟ କରିଥାଏ । ଜେଲରେ ରେଡିଓ ଷ୍ଟେସନ୍ କରିବାର ଆଇଡିଆ ବହୁ ପୂର୍ବରୁ ନିଆଯାଇଥିଲା କିନ୍ତୁ ଏଥିପାଇଁ ଟେକ୍ନିକାଲ୍ ସାହାଯ୍ୟର ଆବଶ୍ୟକତା ଥିଲା । ଏହି କାର୍ଯ୍ୟକୁ ସଫଳ କରିବା ପାଇଁ ମୁମ୍ବାଇର ଏକ ଏନ୍ଜିଓ ସଂସ୍ଥା ପକ୍ଷରୁ ମିକ୍ସର, ଲାପଟପ୍ ଓ ମାଇକ୍ରୋଫାନ୍ ପରି ଇକ୍ୟୁପ୍ମେଣ୍ଟ ଯୋଗାଇ ଦିଆଯାଇଥିଲା । ଏହା ସହିତ ଏହି ଏନ୍ଜିଓ କଏଦୀଙ୍କୁ ଟ୍ରେନିଂ ଦେବା ପାଇଁ ସାଉଣ୍ଡ୍ ଇଞ୍ଜିନିୟରଙ୍କର ବ୍ୟବସ୍ଥା ମଧ୍ୟ କରିଥିଲେ । ବର୍ତ୍ତମାନ ମଧ୍ୟାହ୍ନ ୧୨ଟାରୁ ୧ଟା ପର୍ଯ୍ୟନ୍ତ ତିନିଜଣିଆ ଟିମ୍ ଏକ ଘଣ୍ଟାର ଶୋ’ କରିଥାନ୍ତି । ଏଥିରେ ଜଣେ ରେଡିଓ ଜକି, ସ୍କ୍ରିପ୍ଟ ରାଇଟର୍ ଓ ଜଣେ ସିଷ୍ଟମ ଅପରେଟର୍ ରହିଥାନ୍ତି । ଅଭିନେତା ସଞ୍ଜୟ ଦତ୍ତ ଥିଲେ ଆର୍ଜେ ୧୯୯୩ରେ ମୁମ୍ବାଇ ବ୍ଲାଷ୍ଟ୍ କେସ୍ରେ ଅଭିନେତା ସଞ୍ଜୟ ଦତ୍ତ ଦୋଷୀ ସାବ୍ୟସ୍ତ ହେବା ପରେ ୟେରୱାଡ଼ା ଜେଲରେ ତାଙ୍କୁ ସଜା କାଟିବାକୁ ପଡ଼ିଥିଲା । ଏହି ଜେଲରେ ମଧ୍ୟ ରେଡିଓ ଷ୍ଟେସନ୍ ରହିଥିଲା । ଯେଉଁଥିରେ ଅଭିନେତା ସଞ୍ଜୟ ଦତ୍ତ ରେଡିଓ ଜକି ରହିଥିଲେ ।


