ଜେଲ ସୁଧାର କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ଓଡିଶାର ୩ ଜେଲ ଅଧିକାରୀଙ୍କୁ ପଦକ

(ଯୁଗାବ୍ଦ ନ୍ୟୁଜ୍)-ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଜେଲ ସୁଧାର କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ୩ ଜେଲ ଅଧିକାରୀଙ୍କୁ ପଦକ ପ୍ରଦାନ କରାଯିବ । ଏହି ଅଧିକାରୀ ମାନେ ହେଉଛନ୍ତି ସମ୍ବଲପୁର ସର୍କଲ ଜେଲର ଉନ୍ନୟନ ଅଧିକାରୀ ସଂଗ୍ରାମ ମଲ୍ଲିକ, ବଲାଙ୍ଗୀର ଜିଲ୍ଲାର ସହାୟକ ଜେଲର ନିରଞ୍ଜନ କିଶାନ ଓ କଟକ ସର୍କଲ ଜେଲ୍ର ୱାର୍ଡର ସଦାଶିବ ପ୍ରଧାନ । ଚଳିତବର୍ଷ ଏହି କ୍ଷେତ୍ରରେ ବିଶେଷ ସେବା କରିଥିବା ୩ ଜଣ ଜେଲ ଅଧିକାରୀଙ୍କୁ ଏବଂ ପ୍ରଶଂସନୀୟ ସେବା କରିଥିବା ୩୭ ଜଣ ଜେଲ ଅଧିକାରୀଙ୍କୁ ସମ୍ମାନିତ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ