ଜେ.ଏନ୍.ୟୁ ଛାତ୍ର ଶିକ୍ଷକଙ୍କ ଉପରେ ଆକ୍ରମଣକୁ ଅଲ ଇଣ୍ଡିଆ ଡ଼ି.ଏସ୍.ଓ.ର ବିରୋଧ
ଭୁବନେଶ୍ୱର: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଗତକାଲି ରାତିରେ ସାମ୍ପ୍ରଦାୟିକ ଶକ୍ତିମାନେ ପୋଲିସ୍ ସହଯୋଗରେ କ୍ୟାମ୍ପସ ପରିସରରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଯେଭଳି ମରଣାନ୍ତକ ଆକ୍ରମଣ କରିଛନ୍ତି ତାହାକୁ ଅଲ୍ ଇଣ୍ଡିଆ ଡ଼େମୋକ୍ରାଟିକ ଷ୍ଟୁଡ଼େଣ୍ଟସ ଅର୍ଗାନାଇଜେସନ ଭୁବନେଶ୍ୱର ସିଟି କମିଟି ତରଫରୁ ଦୃଢ ନିନ୍ଦା କରାଯିବା ସହିତ ଘଟଣାରେ ସମ୍ପୃକ୍ତ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଦେଶବ୍ୟାପୀ ଚାଲିଥିବା ସି.ଏ.ଏ ଏବଂ ଏନ୍.ଆର.ସି. ବିରୋଧୀ ଆନ୍ଦୋଳନକୁ ଦବାଇ ଦେଇ ଗଣତନ୍ତ୍ରର କଣ୍ଠରୋଧ କରିବା ପାଇଁ ଏହି ଆକ୍ରମଣ କରାଯାଇଛି ବୋଲି ଏ.ଆଇ.ଡ଼ି.ଏସ୍.ଓ. ତରଫରୁ କୁହାଯାଇଛି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଆଜିର ଏହି ପ୍ରତିବାଦ ସଭାରେ କମ୍ରେଡ଼ ସ୍ୱସ୍ତି ସଙ୍ଗୀତା ଦଳାଇ, ସପ୍ତର୍ଷିନୀ ରାଉଳ, ପଲ୍ଲୀ ମଲ୍ଲିକ, ରେଖା ଦଣ୍ଟପାଟ ପ୍ରମୁଖ ଉପସ୍ଥିତ ଥିଲେ ।


