ଜେ ଏସ ଡ ବ୍ଲୁ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ୨୪ ଜଣଙ୍କୁ ନିଯୁକ୍ତି

ପାରାଦୀପ, (ପୀତବାସ ପ୍ରଧାନ):ଜେ ଏସ ଡ ବ୍ଲୁ ଜଗତସିଂହପୁର ଜିଲ୍ଲାର ଢ଼ିଙ୍କିଆ, ନୂଆଗାଁ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତରେ ଏକ ସମନ୍ୱିତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଜେ ଏସ ଡ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ୭ ଜଣ ବେକାର ଯୁବକଙ୍କୁ ବିଜୟନଗରମ ସ୍ଥିତ ଇସ୍ପାତ କାରଖାନାରେ ନିଯୁକ୍ତି ଦିଆଯାଇଛି। ସେମାନେ ହାଇସ୍କୁଲ ପରୀକ୍ଷାରେ ସଫଳତା ପାଇବା ପରେ ବୈଷୟିକ ଶିକ୍ଷା ଗ୍ରହଣ କରି କୈାଣସି ସ୍ଥାନରେ କର୍ମ ସଂସ୍ଥାନ ନ ପାଇ ଗାଁ ଗାଁ ରେ ବିକଳ୍ପ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ଏହି ସ୍ଥାନିୟ ଯୁବକ ମାନଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯିବା ସହିତ ସମସ୍ତ ଆବଶ୍ୟକୀୟ ପ୍ରମାଣ ପତ୍ର ସଂଗ୍ରହ କରାଯାଇ ଥିଲା। ପରେ ଏମାନଙ୍କୁ କମ୍ପାନୀ ପକ୍ଷରୁ ବ୍ୟକ୍ତିଗତ ସାକ୍ଷାତକାର ଓ ପରୀକ୍ଷା ପରେ ଆନ୍ଧ୍ର ପ୍ରଦେଶ ସ୍ଥିତ ବିଜୟନଗରମ ଠାରେ ଥିବା ଜେ ଏସ ଡ ବ୍ଲୁ କମ୍ପାନୀରେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ଯୁବକମାନେ ଏକ ବର୍ଷ ତାଲିମ ନେବା ପରେ ସେମାନଙ୍କୁ ସେମାନଙ୍କ ବିଭାଗ ଅନୁସାରେ ନିୟୋଜିତ କରାଯିବ। ବର୍ତମାନ ସମୟରେ ନିଯୁକ୍ତି ଏକ ବଡ଼ ସମସ୍ୟା ରହିଥିଲା ବେଳେ ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ଏଭଳି ଏକ ସୁଯୋଗ ମିଳିଥିବାରୁ କମ୍ପାନୀ କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ନୂଆଗାଁର ଓମ୍ ପ୍ରକାଶ ଖୁଣ୍ଟିଆ ଓ ସ୍ବରାଜ ରାଉତ।ସେହିପରି ସ୍ଥାନୀୟ ତିନି ପଞ୍ଚାୟତରୃ ୧୭ ଜଣ ଯୁବକଙ୍କୁ ସୁରକ୍ଷା କର୍ମୀ ଭାବେ ବଡ଼ବିଲ ସ୍ଥିତ କାର୍ଯ୍ୟାଳୟ ଓ ଖଣି ଅଞ୍ଚଳକୁ ପଠାଯାଇଛି। ଏହି ଅଞ୍ଚଳର ବେକାର ଯୁବକ ମାନଙ୍କୁ ଏକ ମାସ ଧରି ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ତାଲିମ ପ୍ରଦାନ କରାଯିବା ପରେ ଜେ ଏସ ଡ ବ୍ଲୁ ର କେନ୍ଦୁଝର ଜିଲ୍ଲାର ବଡ଼ବିଲ ଠାରେ ଥିବା କମ୍ପାନୀରେ ନିୟୋଜିତ କରାଯାଇଛି।ଅପରପକ୍ଷରେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତାକୁ ନେଇ ସ୍ଥାନୀୟ ଅଞ୍ଚଳର ୧୫ ଜଣ ବେକାର ଯୁବକଙ୍କୁ ଯାଜପୁର ଜିଲ୍ଲାର ଛତିଆ ସ୍ଥିତ ସରକାରୀ ଡ୍ରାଇଭର ତାଲିମ କେନ୍ଦ୍ରକୁ ପଠା ଯାଇଛି। ଏହି ଯୁବକମାନେ ୨୧ ଦିନ ତାଲିମ ଶେଷ କଲା ପରେ ସେମାନଙ୍କୁ କମ୍ପାନୀ ପକ୍ଷରୁ ବିଭିନ୍ନ କାର୍ଯ୍ୟାଳୟ ସହିତ ଅନ୍ୟାନ୍ୟ ଅଟୋମୋବାଲ କମ୍ପାନୀରେ ନିୟୋଜିତ କରାଯିବ। ଦୀର୍ଘ ଦିନ ଧରି ଗାଁରେ ରହୁଥିବା ବେଳେ ଜେ ଏସ ଡ ବ୍ଲୁ ପକ୍ଷରୁ ଏଭଳି ଏକ ନିଯୁକ୍ତି ସୁଯୋଗ ପାଇଥିବାରୁ କମ୍ପାନୀକୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଢ଼ିଙ୍କିଆ ପଞ୍ଚାୟତରେ ବେଣୁଧର ଭୋଳ,ଓ ସୁବୋଧ ସ୍ବାଇଁ।ଜେ ଏସ ଡ ବ୍ଲୁ ପ୍ରକଳ୍ପ ପ୍ରତିଷ୍ଠା ହେବା ପୂର୍ବରୁ କମ୍ପାନୀ ଓ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ତିନି ପଞ୍ଚାୟତର ଯୋଗ୍ୟ ଯୁବକ ଯୁବତୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତ ପ୍ରଦାନ କରାଯାଉଛି। ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରୁ ବ୍ୟାପକ ନିଯୁକ୍ତି ସୁଯୋଗ ଦିଆଯିବ ବୋଲି ଲକ୍ଷ୍ୟ ରଖାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ