ଜେ.କେ.ଗ୍ରୁପ ଅଫ ଇନଷ୍ଟିଟ୍ୟୁସନ ପକ୍ଷରୁ ଦାୱତ-ଏ- ଇଫତାର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜେ.କେ. ଗ୍ରୁପ ଅଫ ଇନଷ୍ଟିଟ୍ୟୁସନ ଅଧିନରେ ଥିବା ଇଣ୍ଟରନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ ହସପିଟାଲିଟି ଆଣ୍ଡ ମ୍ୟାନେଜମେଣ୍ଟ ଓ ଜେ.କେ. ସ୍କୁଲ ଅଫ ସ୍ପୋର୍ଟସର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ଦାୱତ-ଏ-ଇଫତାର ପାର୍ଟି କେନ୍ଦ୍ରାପଡା ସହରର ରସୁଲାବାଗ ଠାରେ ଆୟୋଜିତ ହୋଇଯାଇଛି । ଏହି ଇଫତାର ପାର୍ଟିରେ ନଗରପାଳ ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କାଉନସିଲର ଉମେଶ ଚନ୍ଦ୍ର ନାୟକ, ଚୈାଧୁରୀ ସୁକୁମାର ଦାସ, ନିରାକାର ସ୍ୱାଇଁ, ରିହାନା ଖାତୁନ, ପୂର୍ବତନ କାଉନସିଲର ପ୍ରଶାନ୍ତ କୁମାର ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଜେ.କେ.ଗ୍ରୁପ ଅଫ ଇନଷ୍ଟିଟ୍ୟୁସନର ପ୍ରତିଷ୍ଠାତା ମୀର ମହମ୍ମଦ ଜାବିର, ବରିଷ୍ଠ ଉପଦେଷ୍ଟା ସେକ ଲିଆକତ ଅଲ୍ଲୀ(ନସରୁ), ଅଧ୍ୟକ୍ଷ ଏନାମୁଲ ହକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ମହମ୍ମଦ ସେକ ଇନାୟତ(ଚନ୍ଦନ), ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସୟଦ ଅବଦୁଲ ସତ୍ତାର, ସେକ ସୈାକତ ଖାନ, ଡା. ସେକ ସାହାବୁଦ୍ଦିନ, ଅବରାର ଖାନ, ନଇମ ଖାଁ, ଖାନା ରମଜାନି, ଅବୁ ଜଲାଲ, ସରୋଜ କୁମାର ଲୁଗୁନ, ପଦ୍ମନାଭ ସାହୁ, ସେକ ସମସେର ଅଲ୍ଲୀ, ସେକ ଅରମାନ, ଅବଦୁଲ ମତିମ, ସେକ ଜୁନେଦ ଖାନ, ଟିକି ବାବୁ, ସେକ ଗୋଫ୍ରାନ ପ୍ରମୁଖ ଇଫତାର ପାର୍ଟିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ