ଜୈବବିବିଧତା ପରିଚାଳନା ସମିତି ଦକ୍ଷତା ବୃଦ୍ଧି କର୍ମଶାଳା 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଗଡଚଣ୍ଡୀ ଠାରେ ଜଂଗଲ ବିଭାଗ ପକ୍ଷରୁ ଜୈବ ବିଭିଧତା ସମିତି ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆନନ୍ଦପୁର ଡିଏଫଓ ଅଭୟ କୁମାର ଦଳେଇ, ହଦଗଡ ରେଞ୍ଜର ସୁମିତ କୁମାର ମହାନ୍ତି, ପ୍ରାଣୀ ବିଶେଷଜ୍ଞ ଡ. ଶିବ ପ୍ରସାଦ ପରିଡା ପ୍ରମୁଖ ଯୋଗଦେଇ ଜୈବ ବିବିଧତା  ଉପରେ କାର୍ଯ୍ୟ କରିବାକୁ ଉପସ୍ଥିତ ସରପଞ୍ଚ ଓ ପିଇଓ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ବିୋଷକରି ବୃକ୍ଷରୋପଣ, ଉର୍ବର ମାଟି ପାଇଁ ବିଭିନ୍ନ ପଦ୍ଧତି ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ହଦଗଡ ସରପଞ୍ଚ ନିରୁପମା ନନ୍ଦି, କେ ବାଲିପାଳ ସରପଞ୍ଚ କୁନ୍ତଳା ନାଇକ, ବାଙ୍ଗୋର ସରପଞ୍ଚ ଅଙ୍କିତା ପଢ଼ିଆରୀ, ବାଲିବରେଇ ସରପଞ୍ଚ ହରପ୍ରୀୟା ଦଣ୍ଡପାଟ, ପଢ଼ିଆରି ପଲ୍ଲୀ ସରପଞ୍ଚ ଅଜିତ ନାୟକ, ଢ଼େଙ୍କା ସରପଞ୍ଚ ସୁବାସିନୀ ସେଠୀ, ଜମ୍ଭୀରା ସରପଞ୍ଚ ଘନଶ୍ୟାମ ମଲ୍ଲିକ, ପନ୍ଦାଡୋ ସରପଞ୍ଚ ସଶ୍ମିତା ସଝା, ହାଟଡିହି ସରପଞ୍ଚ ଚିନ୍ମୟ ନାୟକ, ଧନୁର୍ଜୟପୁର ସରପଞ୍ଚ ସଦର ହୋ, ପିଇଓ ନରହରି ନାୟକ, ନାରାୟଣ ଜେନା, ହରିହର ସେଠୀଙ୍କ ସମେତ ସମସ୍ତ ବନ କର୍ମଚାରୀମାନେ କର୍ମଶାରେ ଯୋଗଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ