ଜୈବ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ବ୍ରାଜିଲ ବୁଝାମଣା ସମ୍ବନ୍ଧରେ କ୍ୟାବିନେଟକୁ ସୂଚନା ପ୍ରଦାନ
ଭାରତ ଓ ବ୍ରାଜିଲ ମଧ୍ୟରେ ୨୦୧୮ ମେ ମାସରେ ସ୍ୱାକ୍ଷର ହୋଇଥିବା ବୁଝାମଣା ପତ୍ର ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟକୁ ସୂଚନା ପ୍ରଦାନ କରାଯାଇଛି । ଜୈବ ପ୍ରଯୁକ୍ତି ଶିକ୍ଷା, ପ୍ରଶିକ୍ଷଣ ଏବଂ ଗବେଷଣା କ୍ଷେତ୍ରରେ ଏକ ଦୃଢ଼ ରଣନୀତି ପ୍ରସ୍ତୁତ କରିବା ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିଗତ କୁଟନୀତିରେ ଅଭିନବତ୍ୱ ପାଇଁ ମିଳିତ ସହଯୋଗ ନେଇ ଏକ ଭବିଷ୍ୟତ ଯୋଜନା ପ୍ରସ୍ତୁତି କରିବା ଲାଗି ଭାରତ ଏବଂ ବ୍ରାଜିଲ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଛି । ଏହି ମିଳିତ ସହଯୋଗର ପ୍ରମୁଖ ବିଷୟ ଗୁଡ଼ିକ ହେଲେ: ବାୟୋ ମେଡସିନ ଏବଂ ସ୍ୱାସ୍ଥ୍ୟ, ବିଶେଷ କରି ବାୟୋଟେକ ଆଧାରିତ ଉତ୍ପାଦ କୃଷି ଉତ୍ପାଦନ ପ୍ରକ୍ରିୟା ଜୈବ ଇନ୍ଧନ ଏବଂ ଜୈବ ଶକ୍ତି ନାନୋପ୍ରଯୁକ୍ତି ଏବଂ ବାୟୋ ଯନ୍ତ୍ରବିନ୍ୟାସ ଜୈବ ବିବିଧତା ଏବଂ ଟାକ୍ସୋନୋମି


