ଜୈବ ବିବିଧତା ଓ ଜୀବନଜୀବିକା ସୁରକ୍ଷା ପାଇଁ ନିଆରା ପ୍ରୟାସ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): କୋଣାର୍କ ଥାନା ଅନ୍ତର୍ଗତ ତଥା ଅସ୍ତରଙ୍ଗ ବ୍ଲକ ଅଧିନ ତଣ୍ଡାଘର କେଳୁଣୀ ମୁହାଣରେ ମଙ୍ଗଳବାର ପୂର୍ବାହ୍ନରେ ୫ ହଜାର ତାଳ ମଞ୍ଜି ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୈବ ବିବିଧତା ଓ ଜୀବନଜୀବିକା ସୁରକ୍ଷା ପାଇଁ ନିଆରା ପ୍ରୟାସ କରିଛନ୍ତି କିଛି ସ୍ବେଚ୍ଛାସେବୀ। ବିଶ୍ୱ ତାପମାନ କାରଣରୁ ସମୁଦ୍ର ଧୀରେ ଧୀରେ ମାଡି ଆସି ଜୀବନ ଜୀବିକା ନଷ୍ଟ କରୁଛି। ତା ସହ ବନ୍ୟା ଓ ବାତ୍ୟା ଦ୍ୱାରା ନଦୀ ଓ ସମୁଦ୍ର ବନ୍ଧ ଭାଙ୍ଗି ଜୀବନ ନେବା ସହ ଜୀବିକା ନଷ୍ଟ ହେଉଛି। ଏହାର ସୁରକ୍ଷା ଚିନ୍ତାରେ ସାମାଜିକକର୍ମୀ ତଥା ପରିବେଶପ୍ରେମୀ ଜ୍ଞାନ ରଞ୍ଜନ ବିଶ୍ବାଳଙ୍କ ନେତୃତ୍ୱରେ ସମୁଦ୍ର ଉପକୂଳ ଓ ନଦୀ ପଠାରେ ୫ ହଜାର ତାଳ ମଞ୍ଜି ରୋପଣ କରାଯାଇଛି। ଅତିଥି ଭାବେ ଅସ୍ତରଙ୍ଗ ବ୍ଲକ ବିଡ଼ିଓ ବେବିତା ମଞ୍ଜରୀ ନାୟକ ଯୋଗ ଦେଇ ମଞ୍ଜି ରୋପଣ କରିବା ସହ ସ୍ବେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସୁନ୍ଦର କାର୍ଯ୍ୟକ୍ରମକୁ ସ୍ବେଚ୍ଛାସେବୀ ବିବୁନା କାଣ୍ଡି, ବିଦ୍ୟାଧର ବେହେରା, ଧନେଶ୍ୱର ମଳିକ ଓ ଅଲେଖ ରାଉତ ପ୍ରମୁଖ ପରିଚାଳନା କରିଥିବା ବେଳେ ତଣ୍ଡାଘର ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ