ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ

ଭାରତ ଅଧିନ କାଶ୍ମୀରକୁ ମୁକ୍ତ କରି ଏହାକୁ ପାକିସ୍ତାନରେ ମିଶାଇବା ଲକ୍ଷ୍ୟରେ କାଶ୍ମୀର ଉପତ୍ୟକାରେ ୨ଠଠଠ ମସିହାରେ ଗଢ଼ିଉଠିଥିଲା ଆତଙ୍କବାଦୀ ଜୈସ-ଏ-ମହମ୍ମଦ । ସମ୍ପ୍ରତି ପାକିସ୍ତାନରେ ଡେରା ଜମାଇଥିବା ମାସୁଦ୍ ଆଝାର ଏହି ସଂଗଠନର ଗଠନ କରିଥିଲା । ଲସ୍କର-ଏ-ତୋଇବା, ତାଲିବାନ୍ ଏବଂ ଅଲ କାଏଦା ଭଳି ଅନ୍ତର୍ଜାତୀୟସ୍ତରର ଆତଙ୍କବାଦୀ ସଂଗଠନ ଠାରୁ ପର୍ଯ୍ୟାପ୍ତ ପରିମାଣର ପାଣ୍ଠି ପାଉଥିବା ଜୈସ୍-ଏ-ମହମ୍ମଦ ଭାରତ ଓ ପଡୋଶୀ ଇରାନ୍ରେ ଏପ୍ରକାର ଆତଙ୍କବାଦୀ ଆକ୍ରମଣ କରିଆସୁଛି । କାଶ୍ମୀର ଓ ପାକିସ୍ତାନର ବେକାର ଯୁବକଙ୍କୁ ରାଷ୍ଟ୍ରଭକ୍ତି ଆଳରେ ପ୍ରଲୋଭିତ କରି ନିଜ ସହ ସାମିଲ କରିବା ଏବଂ ସେମାନଙ୍କୁ ଜିହାଦୀ ସଜାଇ ବିିଭିନ୍ନ ଆତଙ୍କବାଦ କାର୍ଯ୍ୟକଳାପରେ ନିୟୋଜିତ କରିବା ସଂଗଠନର ମୂଳ ଉଦ୍ଦେଶ୍ୟ । ପାକିସ୍ତାନ ଉପରେ ଅନ୍ତର୍ଜାତୀୟ ସମୁଦାୟ ଚାପ ପକାଇବା ପରେ ୨ଠଠ୨ରେ ଆଝାରର ଏହି ସଂଗଠନକୁ ଲୋକ ଦେଖାଣିଆ ଭାବେ ନିଷେଧ କରାଯାଇଥିବା ସତ୍ତେ୍ୱ ଏହା ନିଜ କୁତ୍ସିତ ଖେଳ ଜାରିରଖିଛି । ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବରାବର ଆକ୍ରମଣ କରୁଥିବା ଜୈସ୍ ଆତଙ୍କୀ ୨ଠଠ୧ରେ ଭାରତୀୟ ସଂସଦ ଭବନ ଉପରେ ଆକ୍ରମଣ କରିଥିଲେ । ପରେ ପରେ ୨ଠ୧୬ରେ ପଠାନ୍କୋଟ୍ ଏୟାରବେସ୍ ଓ ଉରିରେ ସେନା ଶିବିର ଉପରେ ଆକ୍ରମଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ