୩୭ନଂ ଜୋନରେ ବିଜେଡିର ଯୋରଦାର ପ୍ରଚାର

ହାଟଡିହି, (ବିକାଶ ବିଶ୍ୱାଳ) :-ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହାଟଡିଡି ବ୍ଲକର ୩୭ନଂ ଜୋନ ଜିଲ୍ଲାପରିଷଦ ଆସନ ଏବେ ପୁଣିଥରେ ରାଜନୈତିକ ପଣ୍ଡିତ ମାନଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗତ ନିର୍ବାଚନରେ ଏଠାରୁ ବିଜେଡିର ପ୍ରଣତୀ ଦେଓ ବିପୁଳ ସଂଖ୍ୟାରେ ବିଜୟଲାଭ କରିଥିବାବେଳେ ଚଳିତ ନିର୍ବାଚନରେ ପୁଣି ବିଜେଡିର ଦବଦବା ଦେଖିବାକୁ ମିଳିଛି । ଏଠାରେ ଶାସକ ବିଜେଡିଦଳରୁ ପ୍ରାର୍ଥୀ ହୋଇଛନ୍ତି ପୁର୍ବତନ ଜିଲ୍ଲା ସଭାପତି ବିମ୍ବାଧର ବିଶ୍ୱାଳ ଓରଫ ବାବୁଭାଇ । ଅନ୍ୟପକ୍ଷରେ ବିଜେପିରୁ ଜ୍ଞାନେନ୍ଦ୍ର କୁମାର ଜେନା ଓ କଂଗ୍ରେସରୁ ରମେଶ ସା ଓ ୱାଧୀନ ଭାବେ ତରୁଣ ଶଙ୍କର ତ୍ରିପାଠୀ ନିର୍ବାଚନ ମଇଦାନରେ ଅବତିର୍ଣ୍ଣ ହୋଇଛନ୍ତି । ବର୍ତ୍ତମାନର ପରିସ୍ଥିତିରେ କଂଗ୍ରେସର ସ୍ଥିତି ସେତେଟା ଭଲ ନଥିବାବେଳେ ବିଜେଡି ବିଜେପି ମଧ୍ୟରେ ମୁହାଁ ମୁହିଁ ଲଢ଼େଇ ହେବାର ଅନୁମାନ କରାଯାଉଛି । ବିଜେଡି ପ୍ରାର୍ଥୀ ବିମ୍ବାଧର ବିଶ୍ୱାଳ ନିଜର ଦୀର୍ଘବର୍ଷର ସଫଳ ରାଜନୈତିକ ଅନୁଭବ, ବଳିଷ୍ଠ ଲୋକସମ୍ପର୍କ ଓ ମୁଖମନ୍ତ୍ରୀଙ୍କ ସୁଶାସନକୁ ଆୟୁଧକରି ନିର୍ବାଚନ ମଇଦାନରେ ଉଭା ହୋଇଛନ୍ତି । ସେ ନିଜର ୩୦ବର୍ଷର ରାଜନୈତିକ ଜୀବନ ମଧ୍ୟରେ ସଂଘର୍ଷ କରିକରି ସଫଳତା ପାଇବାସହ ବ୍ଲକ ଓ ଜିଲ୍ଲାସ୍ତରୀୟ ନେତା ଭାବେ ନିଜର ପାତିଆରା ଜାହିର କରିବାରେ ସଫଳ ହୋଇଛନ୍ତି । ଏବେ ସେ ଘରଘର ବୁଲି ପ୍ରଚାର କରିବା ସମୟରେ ତାଙ୍କୁ ଯେପରି ଭାବେ ଲୋକମାନେ ଗ୍ରହଣ କରୁଛନ୍ତି ଏଥିରୁ ତାଙ୍କର ଲୋକପ୍ରୀୟତା ବେଶ ବାରି ହୋଇ ପଡୁଛି । ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ଜ୍ଞାନେନ୍ଦ୍ର କୁମାର ଜେନା ପୁର୍ବରୁ କଂଗ୍ରେସରେ ଥିବାବେଳେ ୨୦୦୭ମସିହାରେ ଡଅଁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ହୋଇ ରାଜନୀତିକୁ ଆସିଥିଲେ । ତେବେ ସେ ଦୀର୍ଘବର୍ଷ ରାଜନୀତିରୁ ଦୁରେଇ ଯିବାପରେ ଏବେ ବିଜେପିରୁ ଦଳୀୟ ଟିକେଟ ପାଇ ନିର୍ବାଚନରେ ଅବତିର୍ଣ୍ଣ ହୋଇଛନ୍ତି । ଯଦିଓ ସେ ଜଣେ ସୁଂସଗଠକ ଭାବେ ସେ ଅଞ୍ଚଳରେ ଜଣାଶୁଣା କିନ୍ତୁ ରାଜନୀତିରେ ସେତେଟା ପ୍ରଭାବ ନଥିବା ପରି ମନେ ହେଉଛି । ସେହିପରି ସ୍ୱାଧୀନପ୍ରାର୍ଥୀ ତରୁଣ ଶଙ୍କର ସେପରି କୌଣସି ପ୍ରଭାବ ପକାଇବାରେ ସମର୍ଥ ହେବାଭଳି ଲାଗୁନାହିଁଁ । ବିଜେଡିରୁ ବିମ୍ବାଧର ବିଶ୍ୱାଳ ଦଳୀୟ ଟିକେଟ ପାଇବାପରେ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେବା ସହ ଜନସମର୍ଥନ ଦିନକୁ ଦିନ ବୃଦ୍ଧି ପାଇବା ତାଙ୍କ ବିଜୟ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି । ବିଳମ୍ବରେ ପ୍ରଚାର ଆରମ୍ଭ କରିଥିେଲେ ମଧ୍ୟ ସେ ଗାଁ ଗାଁ ଗ୍ରସ୍ତକରି ପ୍ରତ୍ୟେକ ଘରକୁ ଯାଇ ଗାଁର କେଉଁଠି କଣ ଅଭାବ ଅସୁବିଧା ରହିଛି ସେ ସମ୍ପର୍କରେ ଲିପିବଦ୍ଧ କରିରଖିବା ସହ ଭୋଟରଙ୍କ ଭାବଗତ ସମ୍ପର୍କ ବୃଦ୍ଧି ଦିଗରେ ଯତ୍ନବାନ ହେଉଥିବା ଦେଖିବାକୁ ମିଳିଛି । ଏ ଦିଗରେ ତାଙ୍କର ବିଗତ ଦିନର ଜନସମ୍ପର୍କ ଅତି ଗୁରୁତ୍ୱପୁର୍ଣ୍ଣ ଭୁମିକା ନିର୍ବାହ କରୁଥିବା ଦେଖିବାକୁ ମିଳିଛି । ବିଧାୟକ ଭାଗିରଥି ସେଠୀ ଏହି ଜୋନର ବିଭିନ୍ନ ପଞ୍ଚାୟତ ଗ୍ରସ୍ଥକରି ବିଜେଡି ବିପୁଳ ସଂଖ୍ୟାରେ ବିଜୟୀ ହେବ ବୋଲି ମତପୋଷଣ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ରମେଶ ସା ଏବେ ଗାଁ ଗାଁ ବୁଲି ପ୍ରଚାର କରୁଥିବାବେଳେ ବିଜେପି ପ୍ରାର୍ଥୀ ଜ୍ଞାନେନ୍ଦ୍ର ଜେନା ନରେନ୍ଦ୍ର ମୋଦୀଙ୍କ ସୁଶାସନ ଓ ପରିବର୍ତ୍ତନର ନାରା ଦେଇ ଘରଘର ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ