ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) ; ଛତ୍ରପୁର ସହର ସ୍ଥିତ ଷ୍ଟାଡିୟମ ଠାରେ ଛତ୍ରପୁର ଓ ଗଂଜାମ ବ୍ଲକର ଖେଳାଳୀ ମାନଙ୍କୁ ନେଇ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଛତ୍ରପୁର ଏବିଇଓ ନୃସିଂହ ଚରଣ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥୀ ଭାବେ ଗଞ୍ଜାମ ବ୍ଲକ ବିଇଓ ସୁବାସ ଚନ୍ଦ୍ର ଘଡାଇ ଓ ଛତ୍ରପୁର ବିଇଓ ଅବିନାଶ ଶତପଥୀ ଯୋଗ ଦେଇ ଆନୁଷ୍ଠାନିକ ଉଦଘାଟନ କରିଥିଲେ । ଛତ୍ରପୁର ବ୍ଲକ ଓ ଗଂଜାମ ବ୍ଲକର ୭୦ ଜଣ ଲେଖାଏଁ ୧୪୦ ଜଣ ଖେଳାଳୀ ଭାଗ ନେଇଥିଲେ । ଏହି ଦୁଇ ବ୍ଲକର ବ୍ଲକ ସ୍ତରର କ୍ରୀଡା ପ୍ରତିଯୋଗିତାରୁ ବଛାଯାଇଥିବା ସିନିଅର ଓ ଜୁନିଅର ବର୍ଗର ଖେଳାଳୀ ମାନଙ୍କ ମଧ୍ୟରେ ଦୌଡ, ଖୋଖୋ, ଲମ୍ବ ଡିଆଁ,ଜାବଲିନ୍ ଥ୍ରୋ,ଡିସ୍ କସ୍ ଥ୍ରୋ,ସଟ ପୁଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ତାଛଡା ସିନିଅର ବାଳକ ବିଭାଗ ରେ କ୍ରିକେଟ ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରୁ ୭୦ ଜଣ ଖେଳାଳୀ ସିଲେକେସନ ହୋଇ ଆସନ୍ତା ୨୩ରୁ ୨୫ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତାରେ ଭାଗ ନେବେ । ଆଜିର ସମସ୍ତ ଖେଳକୁ ଉଭୟ ବ୍ଲକର ସିଆରସିସି ଓ କ୍ରୀଡା ଶିକ୍ଷକ ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ