ଜୋନାଲ ସ୍ତରୀୟ ପ୍ରାଥମିକ ଉପଚାର ପ୍ରଶିକ୍ଷଣ ଶିବିର ଉଦଘାଟିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ଇଣ୍ଡିଆନ ରେଡ କ୍ରସ ସୋସାଇଟି ଓ ଓଡିଶା ଶାଖା ପକ୍ଷରୁ ରାଜ୍ୟ ସ୍ତରୀୟ (ଜୋନାଲ ସ୍ତରୀୟ) ପ୍ରାଥମିକ ଉପଚାର ପ୍ରଶିକ୍ଷଣ ଶିବିର ମୟୁରଭଞ୍ଜ ଜିଲ୍ଲା ସହାୟତାରେ ଏମ.କେ.ସି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ନବ କିଶୋର ଗିରି ଯୋଗ ଦେଇ ପତାକା ଉତୋଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ Iଆଜିର ଦୁନିଆରେ ସମସ୍ତଙ୍କ ହୃଦୟରେ ମାନବିକତା ବଜାୟ ରଖିବା ପାଇଁ ଶିବିରାର୍ଥୀ ମାନଙ୍କୁ ଶ୍ରୀଯୁକ୍ତ ଗିରି ଉପଦେଶ ଦେଇଥିଲେI ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ସଦା ସର୍ବଦା ଯେ କୌଣସି କାର୍ଯ୍ୟ କରି ସର୍ବଶ୍ରେଷ୍ଠ ହେବା ପାଇଁ ଶିକ୍ଷକ ମାନେ ଉତ୍ସାହିତ କରିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ I ପ୍ରାରମ୍ଭରେ ଜିଲ୍ଲା ଜୁନିୟର ରେଡ କ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି ସ୍ୱାଗତ ଭାଷଣ ସହିତ ପରିଚୟ ପ୍ରଦାନ କରିଥିଲେ I ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ତଥା ଜିଲ୍ଲା ସମ୍ପାଦକ ଭାଗିରଥି ମଲ୍ଲିକ ଶିବିରର ଉଦେଶ୍ୟ ବିଷୟରେ ଅବଗତ କରାଇଥିଲେ I ଏଥିରେ ଜିଲ୍ଲା ଯୁବ ରେଡ କ୍ରସ ସଂଯୋଜକ ଡାକ୍ତର ଦିଲ୍ଲୀପ କୁମାର ଭୋଇ, ଓଷ୍ଠାର ଜିଲ୍ଲା ସମ୍ପାଦକ ଚିତ୍ତ ରଞ୍ଜନ ପଳତା, ପ୍ରାଥମିକ ଉପଚାର ପ୍ରଶିକ୍ଷଣର ରାଜ୍ୟ ସାଧନ କର୍ମୀ ଡ଼ଃ ବିକାଶ ପ୍ରସାଦ, ଓ ଜିଲ୍ଲା ସାଧନ କର୍ମୀ ସତ୍ୟ ନାରାୟଣ ଦାସ ଯୋଗ ଦେଇ ମତବ୍ୟକ୍ତ ରଖିଥିଲେI ଶେଷରେ ଏମ.କେ.ସି ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତ ଧନ୍ୟବାଦ ପ୍ରଦାନ କରିଥିଲେI ପ୍ରାରମ୍ଭରେ ରେଡ କ୍ରସର ଜନ୍ମଦାତା ହେନେରୀ ଡୁନାଣ୍ଟଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ସହିତ ପ୍ରଭୁ ଗଣପତି ଗଣେଶଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇଥିଲା I ଏଥିରେ ରାଜ୍ୟର ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେଉଁଝର, ଝାରସୁଗୁଡା ଓ ଦେବଗଡ଼ ପ୍ରଭୁତି ସାତୋଟି ଜିଲ୍ଲାର 24 ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ I ଏଥିରେ ଝାରସୁଗୁଡା ଜେ.ଆର.ସି.ଓ ବିମଳ କୁମାର ତାଣ୍ଡି, ଦେବଗଡ଼ ଜେ.ଆର.ସି.ଓ ରଶ୍ମିନ ଦାଶ , ଶିକ୍ଷକ ଅମିତାଭ ମିଶ୍ର, କାଉନସେଲର ଅମୁଲ୍ୟ କୁମ୍ଭକାର, ପ୍ରଦୀପ୍ତ ଚୋଧୁରୀ,ଅର୍ଜୁନ କୁମାର ଗିରି ପ୍ରମୁଖ ସହଯୋଗ କରିଥିଲେ Iଏହି ଶିବିର 4 ଦିନ ଧରି ଚାଲିବ ବୋଲି ଜେ.ଆର.ସି.ଓ ଶ୍ରୀ ପାଣି ପ୍ରକାଶ କରିଛନ୍ତି I


