ଜୋନ୍‌-୭ରେ ବିଜେଡିର ଜୋରଦାର ପ୍ରଚାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : -ଜପତି ଜିଲ୍ଲା ଗୋଷାଣୀ ବ୍ଲକ ଜୋନ୍ ନଂ-୭ ପାଇଁ ବିଜେଡିର ଜୋରଦାର ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ବରିଷ୍ଠ ବିଜେଡି ନେତା ବସନ୍ତ ଦାସ ଯୋଗ ଦେଇବାବେଳେ ଶରଧାପୁର ପଞ୍ଚାୟତର କେତେକ ଗ୍ରାମାଞ୍ଚଳ ସମେତ ପେଟା ଗ୍ରାମରେ ଏହି ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜୋନ୍ ନଂ-୭ ଜିଲ୍ଲାପରିଷଦ ପ୍ରାର୍ଥୀ ନୀଳମଣୀ ପାରିଗାଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ । ଏହା ସହ ଶ୍ରୀଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା, ସୁଶାସନ, ବିକାଶ ଆଦି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହା ସହ ତୃଣମୂଳସ୍ତରରେ ବିଜେଡିର ଜନପ୍ରତିନିଧି ପ୍ରାର୍ଥି/ପ୍ରାର୍ଥିନୀ ମାନେ ଜିତିଲେ ଜିଲ୍ଲା ତଥା ରାଜ୍ୟର ଆହୁରି ଉନ୍ନତି ପଥେ ଗତି କରିପାରିବ ବୋଲି ମଧ୍ୟ କହିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ