ଜୋମ୍ବି ଲେଦର୍ବ୍ୟାକ୍ ଜାତିର କଇଁଛ
ସାଧାରଣତଃ ଆମେମାନେ ବିଭିନ୍ନ ଜାତିର କଇଁଛ ଦେଖିଛେ । କିନ୍ତୁ ନୌକା ଆକାରର କଇଁଛ କେବେ ଦେଖିନଥିବା । ଘଟଣାଟା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ । ଏକ ତଟ ନିକଟରୁ ବିରାଟକାୟ କଇଁଛ ଦେଖିବାକୁ ମିଳିଛି । ବୈଜ୍ଞାନିକମାନଙ୍କ ମତରେ ଏହି ବିରାଟକାୟ କଇଁଛ ସବୁ ବହୁ ବର୍ଷ ପୂର୍ବରୁ ଦେଖାଯାଉଥିଲେ । କିନ୍ତୁ ଏବେ ଦେଖାଯାଉନାହଁନ୍ତି । ଏହା ‘ଜୋମ୍ବି ଲେଦର୍ବ୍ୟାକ୍’ ଜାତିର ବିରାଟକାୟ କଇଁଛ । ଇଂଲଣ୍ଡର ପାଲ୍ ଅଞ୍ଚଳରେ କର୍ଣ୍ଣୱାଲ୍ ନାମକ ଏକ ତଟ ନିକଟରୁ ଜୋମ୍ବି ଲେଦରବ୍ୟାକ୍’ ଜାତିର କଇଁଛର ମୃତ ଅବସ୍ଥାରେ ଭାସୁଥିବାର ଦେଖିବାକୁ ମିଳିଛି । ଏହାର ବୟସ ପାଖାପାଖି ୧୦୦ ବର୍ଷ ହେବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି । ଏହି କଇଁଛର ବେକର ଲମ୍ବ ହେଉଛି ୩୮ ଇଞ୍ଚ ବା ୯୮ ସେଣ୍ଟିମିଟର । ୱାର୍ଲ୍ଡ ୱାଇଲ୍ଡଲାଇଫ୍ ଫଣ୍ଡର ସଦସ୍ୟ କହନ୍ତି ଯେ, ଜୋମ୍ବି ଲେଦର୍ବ୍ୟାକ୍ର ଜାତିର ପ୍ରାଣୀ ଏବେ ବିଲୁପ୍ତ ହୋଇଯାଇଛନ୍ତି । ଜେମ୍ସ ମୁଷ୍ଟୋ ନିଜ ପରିବାର ଏବଂ ଜଣେ ବନ୍ଧୁଙ୍କ ସହ ବୁଲୁଥିବା ସମୟରେ ଏହି କଇଁଛର ମୃତ ଶରୀର ପ୍ରଥମ ଠାବ କରିଥିଲେ । କଇଁଛମାନଙ୍କ ଜାତିଠାରୁ ଜୋମ୍ବି ଲେଦର୍ବ୍ୟାକ୍ ଜାତିର କଇଁଛ ହେଉଛି ସବୁଠାରୁ ବଡ଼ ଏବଂ ଦୁର୍ଲ୍ଲଭ ଜାତି । ଏମାନେ ପାଖାପାଖି ୮୦ ବର୍ଷ ପର୍ଯ୍ୟନ୍ତ ବଞ୍ôଚପାରନ୍ତି ।