ଜୋରିମାନା ଆଦାୟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନଲେଙ୍କା):ଭଣ୍ଡାରିପୋଖରୀ ପ୍ରଶାସନ ପକ୍ଷରୁ ରାତ୍ରିକାଳୀନ ଜୋରିମାନା ଆଦାୟ କାର୍ଯ୍ୟ ଜାରି ରହିଛି। କରୋନା ଜନିତ ଲକଡାଉନ ସମୟ ଆସନ୍ତା ୧୫ତାରିଖକୁ ସରୁଥିବାବେଳେ ପ୍ରସାଶନ ପକ୍ଷରୁ ବିଭିନ୍ନ ସ୍ଥାନରୁ ଚଢ଼ାଉ ଅବ୍ୟାହତ ରହିଛି। ବ୍ଲକ ଯୋଗାଣ ନିରୀକ୍ଷକ ରେବତୀସ ସିଂ ନାୟକ ପୋଲିସ ଫୋର୍ସ ସହିତ ମାଳଦା, ବାଲିପୋଖରୀ, ଜଗନ୍ନାଥପ୍ରସାଦ ପ୍ରମୁଖ ସ୍ଥାନରେ ଗତ ମଙ୍ଗଳବାର ସନ୍ଧ୍ୟାରେ ଯାଞ୍ଚ ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ବେଆଇନ ଭାବେ କିଛି ଜଳଖିଆ ଓ ପାନ ଦୋକାନ ଖୋଲା ଥିବାରୁ ଯୋଗାଣ ନିରୀକ୍ଷକ ବ୍ୟବସାୟୀଙ୍କ ଠାରୁ ଜୋରିମାନା ଆଦାୟ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ