ଜୋରିମାନା ଦେଲେ ବାଇକ ଚାଳକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ମୋବାଇଲରେ କଥା ହୋଇ ବାଇକ ଚଳାଉଥିବା ଯୁବକମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପୁଣି ଆରମ୍ଭ ହୋଇଛି । ଟାଉନ୍ ଥାନା ପୋଲିସ ପକ୍ଷରୁ ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୃଷ୍ଟିଙ୍କ ନିର୍ଦେଶ କ୍ରମେ ସହରର ନୂଆ ବସଷ୍ଟାଣ୍ଡ ନିକଟରେ ଗୁରୁବାର ରାତିରେ ଗାଡି ଗୁଡିକର କଡା଼ କଡ଼ି ଯାଞ୍ଚ କରାଯାଇ ଥିଲା । ସେହି ସମୟରେ କେତେକ ଯୁବକ ମୋବାଇଲରେ କଥା ହୋଇ ବାଇକ ଚଳାଇ ସେହି ରାସ୍ତାରେ ଯାଉଥିଲେ । ସେମାନଙ୍କୁ ଟାଉନ୍ ଥାନା ସବଇନ୍ସପେକ୍ଟର ରତିରଞ୍ଜନ ନାୟକ ନୂଆ ବସଷ୍ଟାଣ୍ଡ ନିକଟରେ ଯାଞ୍ଚ ସମୟରେ ଧରିଥିଲେ । ସେହିପରି ତିନି ଜଣ ବାଇକରେ ବସି ଯାଉଥିବା ବାଇକକୁ ମଧ୍ୟ ଅଟକାଯାଇ ସେମାନଙ୍କ ଠାରୁୁ ଜୋରିମାନା ଆଦାୟ କରାଯାଇଥିଲା । ଘଟଣା ସ୍ଥଳରେ ଉପସ୍ଥିତ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀମାନେ କହିଥିଲେ ଆମେ ଲୋକଙ୍କୁ ସଚେତନ କରିବା ପାଇଁ ଏଭଳିି ଯାଞ୍ଚ କରିଥିଲୁ । ଲୋକେ ସଚେତନ ନ ହେଲେ ସେମାନେ ସମସ୍ୟାରେ ପଡିବେ । କାରଣ ମୋବାଇଲରେ କଥା ହୋଇ ବାଇକ ଚଳାଇବା ଦ୍ୱାରା ସେମାନେ ଗାଡି ଉପରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହାଦ୍ୱାରା ସେମାନଙ୍କ ଜୀବନ ବିପଦରେ ପଡୁଛି । ତେଣୁ ସେମାନଙ୍କୁ ଜୋରିମାନା କଲେ ସେମାନେ ସତର୍କ ରହିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ