ଜୋର ଜବରଦସ୍ତ ଫାଇନ ଆଦୟ ବିରୁଦ୍ଧରେ ସିପିଆଇର ୨୨ରେ ଆନ୍ଦୋଳନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଓଡିଶାରେ ବିଦ୍ୟୁତ ଉତ୍ପାଦନ ଓ ପରିଚାଳନା ଦାୟିତ୍ୱ ଓଡିଶା ସରକାର ବହନ କରିଥିଲେ । ମାତ୍ର ପରେ ଏହାକୁ ଭାଙ୍ଗି ସେସ୍କୋ, ନେସ୍କୋ, ସାଉଥକୋ ଏବଂ ୱେସକୋ ଭାବେ ଗଠନ କରିବା ପରେ ଆମେରିକାର ଏ.ଇ.ଏସ କମ୍ପାନୀକୁ ପରିଚାଳନା ଦାୟିତ୍ୱ ଦେଲେ । ସେହି କମ୍ପାନୀ ଅର୍ଥ ଆଦାୟ କରି ଶହ ଶହ କୋଟି ଟଙ୍କା ନେଇ ପଳାଇଲା ପରେ ଆଉ ଗୋଟିଏ କମ୍ପ।।ନୀ କୁ ପରିଚାଳନା ଭାର ଦିଆଗଲା । ସେ ମଧ୍ୟ ଏହି ଏକା କଥା କଲା । ନା ବିଦ୍ୟୁତ ସଠିକ ଭାବରେ ଯୋଗାଣ ହୋଇ ପାରିିଲା ନା ଉନ୍ନତ ସେବା ଗ୍ରାହକ ପାଇଲେ । ଏବେ ଟାଟା କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି । ଘରେ ନ ପଶୁଣୁ ଚାଳ ବାଜିଲା ଭଳି ଆସୁଆସୁ, ମନ ଇଚ୍ଛା ବିଦ୍ୟୁତ ବିଲ ସହିତ, ମିଟର ବଦଳାଇବା, ବାକି ପଇସା କହି ଖରାଦିନେ ପରୀକ୍ଷା ବେଳେ ଲାଇନ କାଟି ଦେବା ଭଳି ଦାଦାଗିରି ଚଳାଇଛି । ଏହାକୁ ପ୍ରତିହତ କରି ପଲ୍ଲୀ ପଞ୍ଜାବ ଭଳି, ଲୋକଙ୍କୁ ସହଜ ସରଳରେ ବିଦ୍ୟୁତ ଦେବା, ପୂର୍ବ ଭଳି (ଙଝଋଈ) କୁ ପୁନଃ କାର୍ଯ୍ୟକ୍ଷମ କରିବା, କର୍ମଚାରୀ ମାନଙ୍କୁ ଉଚିତ ଦରମା ଦେବା ଦାବୀରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ସାରା ରାଜ୍ୟରେ ଲେନିନଙ୍କ ଜନ୍ମଦିନରେ କେନ୍ଦ୍ରାପଡା ବିଦ୍ୟୁତ୍ ଡିଭିଜନ ଅଫିସ ସମ୍ମୁଖରେ ଆସନ୍ତା ୨୨ ତାରିଖ ଦିନ ସକାଳ ୮ଟାରୁ ୯ଟା ୩୦ ମିନିଟ ପର୍ଯ୍ୟନ୍ତ ବିକ୍ଷୋଭ ଅନୁଷ୍ଠିତ ହେବ ବୋଲି ସିପିଆଇ ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ସହ ସମ୍ପାଦକ ଆଦିକନ୍ଦ ରାଉଳ, ସାଥି ବାବାଜୀ ଧଳ, ସାଥି ବିକାଶ ଚନ୍ଦ୍ର ବେଉରା, ସାଥି ଶୁବାସିନୀ ଭଦ୍ର ପ୍ରମୃଖ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।


