ଜୋୟା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପୈାରାଚଂଳ ଗରୀବ ଦିନମଜୁରିଆଙ୍କୁ ଶୁଖିଲା ଖାଦ୍ୟ ବଂଟନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପୈାରାଚଂଳ ଅନ୍ତର୍ଗତ ପୋଷ୍ଟ ଅଫିସଲେନର ଜୋୟା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରାସନକାର୍ଡରୁ ବଂଚିତ ଗରୀବ ଦିନମଜୁରିଆ ତଥା ଦଳିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଜୋୟା ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ମହମ୍ମଦ ଅର୍ସଦ ଅଲ୍ଲୀଙ୍କ ନେତୃତ୍ୱରେ ମଙ୍ଗଳବାର ସକାଳେ ସ୍ଥାନୀୟ ସବରେଜିଷ୍ଟ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ପୈାରାଚଂଳର ଏହି ଗରୀବ ଲୋକମାନଙ୍କୁ ଚୁଡା,ଚିନି,ବିସ୍କୁଟ ଓ ସାବୁନ ପ୍ରଭୃତି ବଂଟନ କରାଯାଇଛି । ପୂର୍ବତନ ପୈାରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ, ଭାରତୀୟ ଷ୍ଟେଟବ୍ୟାଙ୍କ କର୍ମଚାରୀ ସଙ୍ଘର ଡେପୁଟୀ ଜେନେରାଲ ସେକ୍ରେଟାରୀ ସ୍ୱାଧୀନ ଦାଶ, ଆଇନଜୀବି ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇ ଗରୀବ ଲୋକମାନଙ୍କୁ ଖାଦ୍ୟ ପୁଡିଆ ଓ ସାବୁନ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଯୁବ ବନ୍ଧୁ ମହମ୍ମଦ ଅଜମଦ ଅଲ୍ଲୀ, ଗୋଲାମ ମହମ୍ମଦ ଖାନ, ପ୍ରଦୀପ୍ତ ବେହେରା, ସାନୱାଜ ଖାନ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଲକଡାଉନ ଥିବା ପର୍ଯ୍ୟନ୍ତ ପୈାରାଚଂଳର ବିଭିନ୍ନ ଅଚଂଳରେ କରାଯିବ ବୋଲି ଟ୍ରଷ୍ଟର ସଭାପତି ମହମ୍ମଦ ଅଲ୍ଲୀ ସୂଚନା ଦେଇଛନ୍ତି ।