ଜୋୟା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପୈାରାଚଂଳ ଗରୀବ ଦିନମଜୁରିଆଙ୍କୁ ଶୁଖିଲା ଖାଦ୍ୟ ବଂଟନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):ପୈାରାଚଂଳ ଅନ୍ତର୍ଗତ ପୋଷ୍ଟ ଅଫିସଲେନର ଜୋୟା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରାସନକାର୍ଡରୁ ବଂଚିତ ଗରୀବ ଦିନମଜୁରିଆ ତଥା ଦଳିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଜୋୟା ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ମହମ୍ମଦ ଅର୍ସଦ ଅଲ୍ଲୀଙ୍କ ନେତୃତ୍ୱରେ ସ୍ଥାନୀୟ ୧୩, ୧୪ ଫ ୧୫ନମ୍ବର ୱାର୍ଡରେ ପୈାରାଚଂଳର ଆକବର ଅଲ୍ଲୀ ଯୋଗଦେଇ ଗରୀବ ଲୋକମାନଙ୍କୁ ଖାଦ୍ୟ ପୁଡିଆ ଓ ସାବୁନ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଯୁବ ବନ୍ଧୁ ମହମ୍ମଦ ଅଜମଦ ଅଲ୍ଲୀ, ସେକ ସହିଦ, ମୀର ଦାରୋଗା ଓ ସ୍ମୃତିରଞ୍ଜନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଲକଡାଉନ ଥିବା ପର୍ଯ୍ୟନ୍ତ ପୈାରାଚଂଳର ବିଭିନ୍ନ ଅଚଂଳରେ କରାଯିବ ବୋଲି ଟ୍ରଷ୍ଟର ସଭାପତି ମହମ୍ମଦ ଅଲ୍ଲୀ ସୂଚନା ଦେଇଛନ୍ତି ।ଏହି ଗରୀବ ଲୋକମାନଙ୍କୁ ଚୁଡା, ଚିନି, ବିସ୍କୁଟ ଓ ସାବୁନ ପ୍ରଭୃତି ବଂଟନ କରାଯାଇଛି । ପୂର୍ବତନ ପୈାରାଧ୍ୟକ୍ଷ ମହମ୍ମ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ