ଜୋ ବାଇଡେନ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଘୋଷିତ

ନୂଆଦିଲ୍ଲୀ: ଆମେରିକାର ପୂର୍ବ ଉପରାଷ୍ଟ୍ରପ୍ରତି ଜୋ ବାଇଡେନ ଆନୁଷ୍ଠାନିକ ଭାବେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଘୋଷିତ ହୋଇଛନ୍ତି । ବାଇଡେନ ଡେମୋକ୍ରାଟିକ ପାର୍ଟିର ନାମାଙ୍କନ ହାସଲ କରିବା ପାଇଁ ୧୯୯୧ ରୁ ଅଧିକ ପ୍ରତିନିଧିଙ୍କ ସମର୍ଥନ ହାସଲ କରିପାରିଛନ୍ତି । ପ୍ରାର୍ଥୀ ଘୋଷଣା ହେବା ପରେ ବାଇଡେନ କହିଛନ୍ତି ଯେ ଦଳ ଏକଜୁଟ ହୋଇ ଏଥର ନିର୍ବାଚନ ଲଢ଼ିବ ଏବଂ ଆମେରିକାରେ ସମୃଦ୍ଧିର ଏକ ନୂଆ ଯୁଗ ଆରମ୍ଭ କରିବାକୁ ପ୍ରୟାସ କରିବ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଗାମୀ ନିର୍ବାଚନରେ ବାଇଡେନ୍ କଡା ଚ୍ୟାଲେଞ୍ଜ ଦେବେ ବୋଲି କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ