ଜ୍ଞାନଦୀପ ପାଠାଗାର ପକ୍ଷରୁ ମାଗଣା ଶିକ୍ଷା କାର୍ଯ୍ୟକ୍ରମ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ସହରର ତିନିମୁହାଣୀସ୍ଥିତ ଜ୍ଞାନଦୀପ ପାଠାଗାର ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ୨୫ତାରିଖରୁ ଜିଲ୍ଲାର ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ କମ୍ପ୍ୟୁଟର,ଟାଇପରାଇଟର ଓ ଷ୍ଟେନୋଗ୍ରାଫି ପ୍ରଭୃତି ଶିକ୍ଷା ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ୬ ମାସଧରି ଚାଲିବ ବୋଲି ପାଠାଗାରର ସମ୍ପାଦକ ବିଶ୍ୱନାଥ ସାହୁ ସୂଚନା ଦେଇଛନ୍ତି । ତେଣୁ ଯେଉଁ ଛାତ୍ରଛାତ୍ରୀମାନେ ଏହି ମାଗଣା ତାଲିମ ନେବାକୁ ଚାହୁଁଛନ୍ତି ସେମାନେ ୯୪୩୮୮୩୨୨୧୮ ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ଶ୍ରୀ ସାହୁ ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି ।