ଜ୍ଞାନପ୍ରକାଶ ଗଜପତି ଶାଖା ତରଫରୁ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡିସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ପ୍ରକାଶ, ଗଜପତି ଶାଖା ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀମତୀ ସ୍ନିଗ୍ଧା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜ୍ଞାନ ପ୍ରକାଶର ପ୍ରତିଷ୍ଠାତା ଶ୍ରୀ ଜ୍ଞାନଚାନ୍ଦ ଶତପଥୀ, ସହ ସମ୍ପାଦିକା ଶ୍ରୀମତୀ ଅମ୍ବିକା ସ୍ୱାଇଁ, ମୂଖ୍ୟ ଅତିଥି ରୂପେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅଧ୍ୟାପିକା ଡ଼. କଲ୍ୟାଣୀ ମିଶ୍ର, ସଂପାଦିକା,ଜ୍ଞାନ ପ୍ରକାଶ, ଗଜପତି ,ପ୍ରଧାନାଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା, ଶିକ୍ଷାବିତ୍ ଆଶାଲତା ପାଣିଗ୍ରାହୀ, ଶ୍ରୀ ଅମୂଲ୍ୟ କୁମାର ଦାସ,ଜୋନ୍ ମୁଖ୍ଯ,ଜ୍ଞାନ ପ୍ରକାଶ,ବ୍ରହ୍ମପୁର ପ୍ରମୁଖ ମଞ୍ଚାସୀନ ହୋଇ ଜ୍ଞାନ ପ୍ରକାଶର ଆଲେଖ୍ୟ ଉପରେ ଦୃଷ୍ଟିପାତ କରିବା ସହ ସାହିତ୍ୟ ଓ ସଂସ୍କୃତି ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଗଜପତି, ଗଞ୍ଜାମ, ରାୟଗଡା, ବୌଦ୍ଧ, ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ ପ୍ରଭୃତି ଜିଲ୍ଲାର କବି, କବୟତ୍ରୀମାନେ ନିଜ କବିତା ପାଠ କରିଥିଲେ। ଏହାକୁ ସଂଯୋଜନା କରିଥିଲେ ଶ୍ରୀମତୀ ମୀନା କୁମାରୀ ଟହଲ, ଶ୍ରୀ ଜୟ କୁମାର ମିଶ୍ର, ଶ୍ରୀମତୀ ବବିତା ପୁରୋହିତ ଓ ଡ. କଲ୍ୟାଣୀ ମିଶ୍ର।ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀମତୀ ଇତିଶ୍ରୀ ମହାପାତ୍ର, ମନୋଜ କୁମାର ପାଢ଼ୀ, ଶୁଭ୍ରାଂଶୁ ପଟ୍ଟନାୟକ ଓ ରାଜେନ୍ଦ୍ର ରଥ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ