ଜ୍ଞାନଯୋଗ ଶିବିର ଅନୁଷ୍ଠିତ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଭଣ୍ଡାରିପୋଖରୀ ଶାଖା ଠାରେ ଆଜି ମାସିକିଆ ଜ୍ଞାନ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମ କୁମାରୀ ସରସ୍ୱତୀ ଭଉଣୀ ଯୋଗଦେଇ ଶିବ ବାବାଙ୍କ ଜ୍ଞାନଯୋଗ ମାହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହାଛଡା ଦୈନିକ ଜୀବନଚର୍ଯ୍ୟା ସହିତ ଆଧ୍ୟାତ୍ମିକ ଚେତନା ଜରୁରୀ ବୋଲି ବ୍ରହ୍ମକୁମାରୀ ମତବ୍ୟକ୍ତ କରିଥିଲେ । ଆଖପାଖ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଯୋଗଦେଇ ଜ୍ଞାନ ଯୋଗ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । କାର୍ଯ୍ୟକ୍ରମକୁ ପଙ୍କଜ କୁମାର ସ୍ବାଇଁଙ୍କ ସମେତ ବ୍ରହ୍ମ କୁମାର ସୁବାଶିଷ, ଅଶୋକ, ନିରଞ୍ଜନ, କିଶୋର, ସୁର୍ଯ୍ୟମଣି, ସୁବାଷ ସାମଲ, ସଂଧ୍ୟାରାଣୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ