ଜ୍ଞାନର ବିକାଶ ଘଟିଲେ ବ୍ୟକ୍ତିତ୍ବର ବିକାଶ ଘଟେ

ବଡସାହି,(ନିରଞ୍ଜନ ମହାନ୍ତ): ମୟୂରଭଂଜ ଜିଲା ବଡସାହି ବ୍ଲକ ଚନ୍ଦନପୁର(ନୂତନ)ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ଅପରାହ୍ନ ୪ଟାରେ ଅନୁଷ୍ଠିତ ହୋଇଯାଇଛି । ଅନୁସୁଚିତ ଜାତି ଜନଜାତି ବିଭାଗର ଅତିରିକ୍ତ ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁ ଚରଣ ମଲ୍ଲିକ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ସରୋଜ କୁମାର ନାୟକ, ସମ୍ମାନିତ ଅତିଥି ଭାବେ କଣ୍ଟାପାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ର, ତୋଟାପଡା ଆଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ପଣ୍ଡା,ଦେବଳା ସ୍କୁଲ ପ୍ରଧାନ ଶିକ୍ଷକ ଦୀପକ କୁମାର ଦଣ୍ଡପାଟ, ସ୍କୁଲ ପରିଚାଳନା କମିଟିର ସଭାପତି ଧନାୟ ମାଝୀ, ସରପଂଚ ହରିଶ ଚନ୍ଦ୍ର ମୁର୍ମୁ ପ୍ରମୁଖ ଯୋଗଦେଇ ନିଜର ବକ୍ତ୍ୟବ୍ୟ ରଖିଥିଲେ । ଛାତ୍ରୀଛାତ୍ରମାନଂକ ଅପୂରନ୍ତି ସମ୍ଭାବନାକୁ ସଫଳତା କରିବାରେ ବାର୍ଷିକ ଉତ୍ସବ ଏକ ପ୍ଲାଟଫର୍ମ ।ଆଲୋକ ଯେପରି ଅନ୍ଧାରକୁ ଦୂର କରେ, ଠିକ ସେହିପରି ଜ୍ଞାନ ପ୍ରଦାନକାରୀ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ନିର୍ମାଣରେ ଆଲୋକବର୍ତ୍ତିତା ସାଜିଥାନ୍ତି । ଜ୍ଞାନର ବିକାଶ ଘଟିଲେ ବ୍ୟକ୍ତିତ୍ବର ବିକାଶ ହେବା ସହ ରାଷ୍ଟ୍ର ନିର୍ମାଣର ପ୍ରଗତୀରେ ସମ୍ଭବ ହୋଇଥାଏ । ପ୍ରାରମ୍ଭରେ ଶିକ୍ଷକ ସତ୍ୟ ନାରାୟଣ ପଣ୍ଡା ବେଦପାଠ କରିବା ପରେ ଶିକ୍ଷକ ଜୟନ୍ତ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ରୀଙ୍କ ଦ୍ବାରା ସ୍ବାଗତ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଭୂୟାଁ ବାର୍ଷିକ ବିବରଣୀ ଉପସ୍ଥାପନ ପୂର୍ବକ ୧୯୫୦ ମସିହାରେ ଭାଗବତ ଟୁଂଗୀରୁ ଆରମ୍ଭ ହୋଇ ପ୍ରତିଷ୍ଠିତ ପୁରାତନ ସ୍କୁଲର ସ୍ଥିତି, ସଫଳତା ଓ ସମସ୍ୟା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ବାର୍ଷିକ କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତାର ୮୫କୃତି ପ୍ରତିଯୋଗୀଙ୍କୁ ଅଥିତିଗଣ ପୁରସ୍କୃତ କରିଥିଲେ ।ସରଗି ଫୁଲ, ସୁରଭି କାର୍ଯ୍ୟକ୍ରମରେ ଅନେକ ଛାତ୍ରୀଛାତ୍ର କୃତକାର୍ଯ୍ୟ ହେବା ସହିତ ଚଳିତ ବର୍ଷ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପାଇଁ ୫ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି । ଶେଷରେ ସହକାରୀ ଶିକ୍ଷକ ଅଭିମନ୍ୟୁ ସାତୁଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ପିଲାମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶିକ୍ଷୟତ୍ରୀ ଚିନ୍ମୟୀ ଆରୁଖ, ଅଲିଭା ମହାନ୍ତ, ସ୍ନେହଲତା ନାଏକ, ଦେବଦତ୍ତା ପତି ଓ ଶିକ୍ଷକ ରାମଚନ୍ଦ୍ର ସିଂଙ୍କ ସମେତ ସ୍କୁଲର ମେଟ୍ରନ ରେବତୀ ନାଏକ, ସିସିଏ ଗଣେଶ ମାଝୀ, ଶାକର ମୁର୍ମୁ , ବାସନ୍ତୀ ମୁର୍ମୁ ପ୍ରମୁଖ ସ୍କୁଲର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ