ଜ୍ଞାନଶ୍ରୀ ପକ୍ଷରୁ ଆଲୋଚନାଚକ୍ର

ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ନାରୀକୁ ପ୍ରକୃତିର ଅନନ୍ୟ ଉପହାର କୁହାଯାଇଥାଏ । ସ୍ନେହ, ଦୟା, କ୍ଷମାର ମୂର୍ତ୍ତୀମନ୍ତ ପ୍ରତିକ ହେଉଛି ନାରୀ । ନାରୀ ଏକାଧାରରେ ସୃଷ୍ଟି, ସ୍ଥିତି ଏବଂ ସଂହାରିଣୀ । ନାରୀଙ୍କ ମହାନତାକୁ ସମ୍ମାନ ଜଣାଇ ସାରା ବିଶ୍ୱ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିବାବେଳେ ସ୍ୱେଚ୍ଛାସେବୀ ସଂଗଠନ ଜ୍ଞାନଶ୍ରୀ ଆନୂକୁଲ୍ୟରେ ଏହି ଉତ୍ସବ ରେମୁଣାସ୍ଥିତ ରେମୁଣା ଡିଗ୍ରୀ ମହାବିଦ୍ୟାଳୟ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମହିଳା ସଶକ୍ତିକରଣରେ ବାଳିକା ଶିକ୍ଷାର ଭୂମିକା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ରେବତୀ ପତ୍ରିକାର ସଂପାଦିକା ତଥା ସମାଜସେବୀ ସୁବାସିନୀ ଜେନା, ଯୁଗଶ୍ରୀ ଯୁଗନାରୀ ର ସଂପାଦିକା ସମାଜସେବୀ ମମତା ମହାପାତ୍ର, ଅଲ ଇଣ୍ଡିଆ ଡେମୋକ୍ରାଟିକ ଓମେନ ଏସୋସିଏସନର ଜାତୀୟ ସଂପାଦିକା ତାପସି ପ୍ରହରାଜ, ସମାଜସେବୀ ତନିମା ପରିଡା, ଶିକ୍ଷୟିତ୍ରୀ ଜରିନା ବେଗମ, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ପୂର୍ବତନ ଲୋକପାଳ ତଥା ସମାଜସେବୀ ସୁବ୍ରତ କର ପ୍ରମୂଖ ଯୋଗଦାନ କରି ମହିଳା ସଶକ୍ତିକରଣ ନିମନ୍ତେ ବାଳିକା ଶିକ୍ଷା ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିବା ସହିତ ମହିଳା ସଶକ୍ତିକରଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି ଆଲୋଚନାଚକ୍ରକୁ ସଂଗଠନର ସଂପାଦକ ପ୍ରଶାନ୍ତ କୁମାର ପଟେଲ ସଂଯୋଜନା କରିଥିବାବେଳେ ସଦସ୍ୟା ଇତିଶ୍ରୀ ସାହୁ, ଦୀପାଞ୍ଜଳୀ ବିଶ୍ୱାଳ ସଦସ୍ୟ ରାଜୀବ କୁମାର ମିଶ୍ର, ଆଦିତ୍ୟ ଉପାଧ୍ୟାୟ, କ୍ରୀଷ୍ଣ ମୋହନ ବାରିକ ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରୀଛାତ୍ର, ମହାବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକା ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜ୍ଞାନଶ୍ରୀ ପକ୍ଷରୁ ମହାବିଦ୍ୟାଳୟ ଛାତ୍ରୀ ବିଜେତା ରଣା, ମନିସା ସାହୁ ଏବଂ ନମିତା ମାହାର୍ଣାଙ୍କୁ ଆନ୍ତର୍ଜାତୀୟ ମହିଳା ଦିବସ ସମ୍ମାନ-୨୦୧୯ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥି ଏବଂ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ଅନୁଷ୍ଠାନ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ସଂକଳ୍ପ କରାଯିବା ସହିତ ପୁଷ୍ପବୃକ୍ଷ ପ୍ରଦାନ କରାଯାଇଥିଲା । ଶେଷରେ ମହାବିଦ୍ୟାଳୟର ଅଧ୍ୟାପିକା ତଥା ମହିଳା ସଶକ୍ତିକରଣ ସେଲ୍‍ ଆବହିକା ମୋନାଲିସା ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବାହ୍ନ ୧୦ଟାରେ ଜ୍ଞାନଶ୍ରୀ ପକ୍ଷରୁ ଅନ୍ୟ ଏକ ଆନ୍ତର୍ଜାତୀୟ ମହିଳା ଦିବସ-୨୦୧୯ ଉତ୍ସବ କୁରୁଡାସ୍ଥିତ ଟେକ୍ନୋସଫ୍ଟ କମ୍ପ୍ୟୁଟର ଏଜୁକେସନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୁରୁଡାର ସରପଂଚ ବାସନ୍ତି ଗିରି ଯୋଗଦାନ କରି ଅନୁଷ୍ଠାନ ଦ୍ୱାରା ଆୟୋଜିତ ରଂଗୋଲି, ଝୋଟି, ମେହେନ୍ଦି, କୁଇଜ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାନପତ୍ର, ପୁଷ୍ପବୃକ୍ଷ ଏବଂ ପୁରସ୍କାର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ