ଜ୍ଞାନଶ୍ରୀ ପକ୍ଷରୁ ବୃକ୍ଷ ରୋପଣ, ପରିବେଶ ସୁରକ୍ଷା ପାଇଁ ରକ୍ଷାବନ୍ଧନ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ସ୍ୱାଧୀନତା ଦିବସ ଅବସରରେ ସ୍ୱେଚ୍ଛାସେବୀ ସଂଗଠନ ଜ୍ଞାନଶ୍ରୀ ପକ୍ଷରୁ ବର ଅଶ୍ୱସ୍ଥ ବୃକ୍ଷରୋପଣ ଏବଂ ପରିବେଶ ସୁରକ୍ଷା ନିମିତ୍ତ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଶାସଙ୍ଗ ଜଗନ୍ନାଥ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି । ଜ୍ଞାନଶ୍ରୀର ସଂପାଦକ ପ୍ରଶାନ୍ତ କୁମାର ପଟେଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେମୁଣାର ବିଧାୟକ ସୁଧାଂଶୁ ଶେଖର ପରିଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବରଅଶ୍ୱସ୍ଥ ବୃକ୍ଷ ରୋପଣ କରିବା ସହିତ ପରିବେଶ ସୁରକ୍ଷା ପାଇଁ ବର ଅଶ୍ୱସ୍ଥ ବୃକ୍ଷର ଆବଶ୍ୟକତା ବାବଦରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉପଦେଷ୍ଟା ଦିଲ୍ଲିପ କୁମାର ନାୟକ ଉପସ୍ଥିତ ରହି ଜ୍ଞାନଶ୍ରୀ ଦ୍ୱାରା ଚାଲୁରହିଥିବା ବରଅଶ୍ୱସ୍ଥ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ସମାଜସେବୀ ବିଶ୍ୱଜିତ କୁମାର ଘୋଷ ପରିବେଶ ସୁରକ୍ଷା ପାଇଁ ଜ୍ଞାନଶ୍ରୀର ବର ଅଶ୍ୱସ୍ଥ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ଏହାକୁ ଆହୁରି ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ଏବଂ ଅନ୍ୟମାନେ ପରିବେଶ ସୁରକ୍ଷା କରିବାକୁ ବରଅଶ୍ୱସ୍ଥ ବୃକ୍ଷରେ ରାକ୍ଷୀବାନ୍ଧିବା ସହିତ ସ୍ଥାନୀୟ ଅଂଚଳବାସୀ ହାତରେ ରାକ୍ଷୀ ବାନ୍ଧି ବୃକ୍ଷଗୁଡିକୁ ସୁରକ୍ଷା ଦେବାକୁ ଅନୁରୋଧ କରିଥିଲେ । ଅନ୍ୟତମ ଉପଦେଷ୍ଟା ବିକାଶ କୁମାର ଦାସ ,ଜ୍ଞାନଶ୍ରୀର ସଦସ୍ୟ ରାଜୀବ କୁମାର ମିଶ୍ର,ଶକ୍ତି ସାଧନ ଦାସ,ଅଜୟ ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସ୍ୱସ୍ତିକ ମହାପାତ୍ର,ସନ୍ଦୀପ ପଟ୍ଟନାୟକ,ମନୋରଞ୍ଜନ ଦାସ,ଡମ୍ବରୁଧର ମୁଖୀ,ସୁଶାନ୍ତ ଜେନା ,ରମେଶ ଦାସ,ମିଲନ ମଲିକ,ରେଜେଶ ମହାନ୍ତି,ସତ୍ୟନାରାୟଣ ଦାସ,ପ୍ରଦୀପ ଦାସ,ଗୋପୀନାଥ ଦାସ ପ୍ରମୂଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ