ଜ୍ଞାନଶ୍ରୀ ପକ୍ଷରୁ ‘ମୋ ଭୋଟ ମୋ ଅଧିକାର’ ଆଲୋଚନାଚକ୍ର
ବାଲେଶ୍ୱର,(ଯୁଗାବ୍ଦ ନୁୃ୍ୟଜ): ସମଗ୍ର ଦେଶରେ ଗଣତନ୍ତ୍ରର ମହାପର୍ବ ନିର୍ବାଚନ-୨୦୧୯ ଚାଲୁଅଛି । ଓଡିଶାରେ ତିନୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଯାଇଥିବାବେଳେ ଆସନ୍ତା ୨୯ ତାରିଖରେ ବାଲେଶ୍ୱର ସମେତ କେତେକ ଜିଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହବାକୁ ଯାଉଅଛି । ଏକ ସୁନ୍ଦର ତଥା ସ୍ୱଚ୍ଛ ଭାରତର ନିର୍ମାଣ ପାଇଁ ନିଜେ ନିଜର ମତଦାନ କରିବା ସହିତ ଅନ୍ୟମାନଙ୍କୁ ମତଦାନ ପୂର୍ବକ ସଠିକ ପ୍ରାର୍ଥୀ ଚୟନ କରିବା ଉଦ୍ଦେଶ୍ୟରେ ଜ୍ଞାନଶ୍ରୀ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ନିୟମିତ ଭାବରେ ଆୟୋଜିତ ହୋଇଆସୁଥିବା କୁମାରୀ କାର୍ଯ୍ୟକ୍ରମରେ ମୋ ଭୋଟ ମୋ ଅଧିକାର ଶୀର୍ଷକ ଆଲୋଚନାଚକ୍ର କୁରୁଡାସ୍ଥିତ ଟେକ୍ନୋସ‘୍ଟ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ବିଶିଷ୍ଟ ଚିତ୍ରଶିଳ୍ପୀ କେଶୁ ଦାସ, ବଣ ଧୁଳିର ଫୁଲ ଟ୍ରଷ୍ଟର ଅଧ୍ୟକ୍ଷ ସମାଜସେବୀ ବିଜୟ କୁମାର ଆଚାର୍ଯ୍ୟ, ଜ୍ଞାନଶ୍ରୀର ସଂପାଦକ ପ୍ରଶାନ୍ତ କୁମାର ପଟେଲ କାର୍ଯ୍ୟକାରୀ ସଦସ୍ୟ ସନ୍ଦିପ ପ୍ରଧାନ ,ସଦସ୍ୟ ଭବାନୀ ଶଙ୍କର ନାୟକ ପ୍ରମୂଖ ଯୋଗଦାନ କରି ମତଦାନର ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରିବା ସହିତ ପ୍ରାର୍ଥୀମାନଙ୍କ ଦ୍ୱାରା କୌଣସି ପ୍ରଲୋଭନର ଶୀକାର ନହୋଇ ଅନ୍ୟମାନଙ୍କୁ ମତଦାନ କରିବା ତଥା ସଠିକ ପ୍ରାର୍ଥୀ ଚୟନ କରିବାକୁ ପରାମର୍ଶ ଦେଇଥିଲେ । ଏହି ଆଲୋଚନାଚକ୍ରକୁ ସଂଗଠନର ଉପଦେଷ୍ଟା କବି ଜଳଧର ପଣ୍ଡା ସଂଯୋଜନା କରିଥିବାବେଳେ ସଦସ୍ୟ ରାଜୀବ କୁମାର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବହୁସଂଖ୍ୟାରେ କୁମାରୀର ସଦସ୍ୟା ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ମତବ୍ୟକ୍ତ କରିଥବାବେଳେ ସଦସ୍ୟା ଶ୍ରଦ୍ଧାଞ୍ଜଳୀ ବିଶ୍ୱାଳ , କବିତା ଜେନା, ମିନତି ଦାସ, ମଧୁସ୍ମିତା ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


