ଜ୍ଞାନ ଓ ବିଦ୍ୟାଦାତ୍ରୀ ଦେବୀ ମା ସରସ୍ଵତୀ


ସନ୍ତୋଷ କୁମାର ଦାଶ

ଭାରତୀୟ ଧର୍ମ ପରମ୍ପରାରେ ପ୍ରାଚୀନ କାଳରୁ ମାତୃଶକ୍ତି ଉପାସନା ର ଧାରା ପ୍ରଚଳିତ ହୋଇଆସିଛି। ହିନ୍ଦୁ ଧର୍ମର ଶ୍ରେଷ୍ଠ ଗ୍ରନ୍ଥ ବେଦ ରେ ପ୍ରାଧାନ୍ୟ ଲାଭ କରିଥିବା ଦେବୀ ମାନଙ୍କ ମଧ୍ୟରେ ଦେବୀ ସରସ୍ଵତୀ ଙ୍କ ନାମ ଦେଖିବାକୁ ମିଳେ। ଦେବୀ ସରସ୍ଵତୀ ଜ୍ଞାନ ଓ ବିଦ୍ୟା ଦାତ୍ରୀ ଦେବୀ ଭାବେ ପୂଜିତା। ମାଘ ମାସ ବସନ୍ତ ପଞ୍ଚମୀ ତିଥି ରେ ଦେବୀ ସରସ୍ଵତୀ ଙ୍କୁ ଜ୍ଞାନ ଓ ଶିକ୍ଷା ପିପାସୁ ଛାତ୍ର,ଛାତ୍ରୀ, କଳାକାର ମାନେ ଭକ୍ତି ଓ ନିଷ୍ଠାର ସହିତ ପୂଜା କରିଥାନ୍ତି। ଏ ସମଗ୍ର ସୃଷ୍ଟି ର ସ୍ରଷ୍ଟା ବ୍ରହ୍ମା ଙ୍କ ପତ୍ନୀ ଭାବେ ହାତରେ ବୀଣା ଓ ବେଦ ଧାରଣ କରି ପୂଜା ପାଉଛନ୍ତି। ହଂସ ହେଉଛି ଦେବୀ ସରସ୍ଵତୀ ଙ୍କ ବାହାନ।ପ୍ରାଚୀନ କାଳରେ ଆର୍ଯ୍ୟ ଋଷିଗଣ ଯଜ୍ଞ କରିବା ସମୟରେ ପ୍ରଥମେ ଦେବୀ ସରସ୍ଵତୀ ଙ୍କୁ ଆରାଧନା କରୁଥିଲେ ବୋଲି ବିଭିନ୍ନ ଧର୍ମଗ୍ରନ୍ଥ ରୁ ସୂଚନା ମିଳେ। ଏଣୁ ପ୍ରାଚୀନ କାଳରୁ ଦେବୀ ସରସ୍ଵତୀ ଙ୍କ ପୂଜା ପ୍ରଚଳିତ ହୋଇ ଆସିଛି ।ଜନଶ୍ରୁତି ରହିଛି ଯେ,ମହାକବି  କାଳି ଦାସ ପ୍ରଥମେ ପ୍ରଚଣ୍ଡ ମୂର୍ଖ ଥିଲେ ମଧ୍ୟ ଦେବୀ ସରସ୍ଵତୀ ଙ୍କ କୃପା ଲାଭ କରି ମହାକବି ଭାବେ ପ୍ରସିଦ୍ଧି ଲାଭ କରିଥିଲେ ଓ ରାଜା ବିକ୍ରମାଦିତ୍ୟ ଙ୍କ ନବରତ୍ନ ପଣ୍ଡିତ ମଣ୍ଡଳୀ ରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲେ। ଏଥିପାଇଁ ଦେବୀ ସରସ୍ଵତୀ ଙ୍କୁ ଜ୍ଞାନ ସାଧନ ର ଅଦ୍ୱିତୀୟ ଦେବୀ ଭାବେ ହିନ୍ଦୁଧର୍ମ ରେ ଗ୍ରହଣ କରାଯାଇ ଆସୁଛି ।ଦେବୀ ସରସ୍ଵତୀ ଙ୍କ ଶ୍ରୀ ଚରଣ ରେ ନବଗ୍ରହ ମାନଙ୍କର ଅନୁକୂଳ ଭାବ ନିହିତ। ଅର୍ଥାତ ଦେବୀ ସରସ୍ଵତୀ ଙ୍କ କୃପା ମିଳିଲେ ସର୍ବଗ୍ରହ ପ୍ରଶନ୍ନ ହୋଇଥାନ୍ତି। ଦେବୀ ସରସ୍ବତୀ ଙ୍କ ଶ୍ରୀ ଚରଣାରବିନ୍ଦ ରେ ଆଶ୍ରୟ ନେଇଥିବା ବ୍ୟକ୍ତି ର କେବେ କେଉଁ ପରିସ୍ଥିତିରେ ଅନିଷ୍ଟ, ଅମଙ୍ଗଳ ହୋଇ ନ ଥାଏ ବୋଲି ଶାସ୍ତ୍ର ରେ ବର୍ଣ୍ଣିତ ହୋଇଛି। ଦେବୀ ସରସ୍ଵତୀ ଙ୍କ କୃପା ଲାଭ ହେଲେ ଧନଦାତ୍ରୀ ଦେବୀ ମା ଲକ୍ଷ୍ମୀ ମଧ୍ୟ ପ୍ରଶନ୍ନ ହୋଇ ଥାନ୍ତି। ସପ୍ତସତୀ ଚଣ୍ଡୀ ଗ୍ରନ୍ଥ ରେ ଦେବୀ ଆରାଧନା ସମୟ ରେ ନମସ୍ତସୈ, ନମସ୍ତସୈ, ନମସ୍ତସୈ ନମୋଃ ନମଃ ବୋଲି ସ୍ତୁତି ଗାନ କରାଯାଇଥାଏ । ଏହା ସାଧାରଣତଃ ଦେବୀ ମହାକାଳୀ, ଦେବୀ ମହା ସରସ୍ଵତୀ ଓ ଦେବୀ ମହାଲକ୍ଷ୍ମୀ ଙ୍କୁ ତୁଷ୍ଟ କରିବାକୁ ବନ୍ଦନା କରା ଯାଇଥାଏ। ଯେପରି ହିନ୍ଦୁଧର୍ମ ରେ ଶ୍ରୀ ବିଷ୍ଣୁ, ବ୍ରହ୍ମା ଓ ମହେଶ୍ୱର ମୁଖ୍ୟ ତିନି ଦେବତା ଭାବେ ଗଣ୍ୟ ହୋଇ ଥାନ୍ତି ସେପରି ମା ଲକ୍ଷ୍ମୀ, ଦେବୀ ସରସ୍ଵତୀ ଓ ଦେବୀ ପାର୍ବତୀ ( ମହା କାଳୀ) ମୁଖ୍ୟ ତ୍ରିଦେବୀ ଭାବେ ପୂଜା ପାଇଥାନ୍ତି। ବସନ୍ତ ପଞ୍ଚମୀ ର ଏହି ପବିତ୍ର ଲଗ୍ନ ରେ ଆସନ୍ତୁ ସମସ୍ତେ ଜ୍ଞାନଦାତ୍ରୀ ଓ ବିଦ୍ୟାଦାତ୍ରୀ ମା ସରସ୍ଵତୀ ଙ୍କୁ ଗଭୀର ଭକ୍ତି ନିବେଦନ କରିବା। ଦେବୀ ସରସ୍ଵତୀ ସମସ୍ତ ଙ୍କୁ ଶିକ୍ଷା, ଜ୍ଞାନ ଓ ଐଶ୍ୱଯ୍ୟ ପ୍ରଦାନ କରନ୍ତୁ ଏତିକି ପ୍ରାର୍ଥନା। ଜୟ ମା ସରସ୍ଵତୀ।
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ