ଜ୍ଞାନ ବିଜ୍ଞାନ ମେଳା ଉଦଘାଟିତ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଶ୍ରୀରାମ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଜ୍ଞାନ ପ୍ରମୂଖ ଆଚାର୍ଯ୍ୟ ହରପ୍ରିୟା ଚୈାଧୂରୀଙ୍କ ତତ୍ୱବଧାନରେ ଜ୍ଞାନବିଜ୍ଞାନ ମେଳା-୨୦୧୯ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଜ୍ଞାନ ବିଜ୍ଞାନ ମେଳାକୁ ମୁଖ୍ୟ ଅତିଥୀ ଭାବେ ଖଲିକୋଟ ସ୍ୱୟଂଶାସିତ ମହିବିଦ୍ୟାଳୟ (ଉଭିଦ ବିଜ୍ଞାନ ପ୍ରମୁଖ) ଡଃ. ମମତା ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ସ୍ୱାଗତ ଭାଷଣ ସହ ଅତିଥୀ ପରିଚୟ ପ୍ରଦାନ କରିଥିଲେ । ପରିଚାଳନା ସମିତିର ସଭାପତି ରଜନୀକାନ୍ତ ପଟ୍ଟନାୟକଙ୍କ ସଭାପତିତ୍ୱ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂପାଦକ ଟି .ଭେଙ୍କଟ କ୍ରିଷ୍ଣାୟା ସଂଯୋଜନା କରିଥିଲେ । ଏହି ବିଜ୍ଞାନ ମେଳା ରେ ୧ମ ରୁ ୧୦ମ ଶ୍ରେଣୀର ମୋଟ ୯୦୦ଜଣ ଶିଶୁ ପ୍ରତିଭାଗୀ ଅଂଶ ଗ୍ରହଣ କରିଥିଲେ । ସ୍ଥାନୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ୨୫ଜଣ ଅଭିଜ୍ଞ ବିଜ୍ଞାନ ସିକ୍ଷକ, ଅଧ୍ୟାପକ ମାନଙ୍କ ଦ୍ୱାରା ଶିଶୁ ମାନଙ୍କ ନିରପକ୍ଷ ମୂଲ୍ୟାୟନ କରିଥିଲେ । କାର୍ଯ୍ୟକ୍ରମରେ ସମାରୋପ ଉତ୍ସବରେ ମୁଖ୍ୟ ଅତିଥୀ ପୁଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାଗିରଥୀ ସ୍ୱାଇଁ , ମୁଖ୍ୟ ବକ୍ତା ଭାବେ ତୁଳସୀରାମ ମେହେର, ସମ୍ମାନୀତ ଅତିଥୀ ଭାବେ ବିଶ୍ୱନାଥ ପଣ୍ଡା, ମନୋଜ କୁମାର ତ୍ରିପାଠୀ, ଜଗନ୍ନାଥ ମିଶ୍ର, ସୂର୍ଯ୍ୟନାରାୟଣ ଦାସ, ଅଶୋକ କୁମାର ଆଚାର୍ଯ୍ୟ, ବିଜୟଲକ୍ଷ୍ମି ରଥ, ଅରୁଣା ଗୈାଡ ପ୍ରମୁଖ ଯୋଗଦେଇଥିଲେ । କୃତୀ ପ୍ରତିଭାଗୀ ମାନଙ୍କୁ ଶେଷରେ ପୁରସ୍କାର ପ୍ରଦାନ କରାଯାଇଥିଲ।। ବରିଷ୍ଟ ବିଜ୍ଞାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଶତପଥୀ ବୃତ କଥନ କରିଥିବା ବେଳେ ଆଚାର୍ଯ୍ୟ ଏସ୍.ତ୍ରିନାଥ ରେଡ୍ଡୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ବରିଷ୍ଠ ଆଚାର୍ଯ୍ୟ ଟି.ସୁରେଶ କୁମାରୀ ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ସମସ୍ତ ଗୁରୁଜୀ, ଗୁରୁମା, ଅଭିଭାବକ , ଅଭିଭାବିକା, ସେବକ , ସେବିକା ସହ ପରିଚାଳନା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ