ଜ୍ୟୋତିଷଙ୍କ ମତରେ କେମିତି ପାଳିବେ ହୋଲି

ଓଡ଼ିଶାର ଯୁବ ଜ୍ୟୋର୍ତି ବିଦ୍ ପଣ୍ଡିତ ଶ୍ରୀପତୀ ଆଚାର୍ଯ୍ୟ (“ଗର୍ଗ ଜ୍ୟୋତିଷ”) ଙ୍କ ଦ୍ୱାରା ଅବଲୋକିତ, କେମିତି ପାଳିବେ ହୋଲି । ଜ୍ୟୋତିଷଶାସ୍ତ୍ର ଅନୁସାରେ ନିଦ୍ଦିଷ୍ଟ ବ୍ୟକ୍ତିବିଶେଷ ନିର୍ଦ୍ଦିଷ୍ଟ ରଙ୍ଗର ଅବିର ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ରହିଛି । ବିଶ୍ୱ ବ୍ରହ୍ମାଣ୍ଡର ସପ୍ତରଙ୍ଗର ସମାହାରରେ ରଙ୍ଗାବଲୋକନ ଉଦ୍ଦେଶ୍ୟରେ ହୋଲିପର୍ବ ସମର୍ପିତ । କେଉଁ ରାଶି ଓ ନକ୍ଷତ୍ରର ବ୍ୟକ୍ତିବିଶେଷ କେଉଁ ରଙ୍ଗ ବା ଅବିର ବ୍ୟବହାର କରିବା ଉଚିତ୍ ଯାହାଦ୍ୱାରା କି ଉଦ୍ଦିଷ୍ଟ ବ୍ୟକ୍ତି ରଙ୍ଗ ଖେଳିବାର ଆତ୍ମସନ୍ତୋଷ ଲାଭ କରିବା ସହିତ କୌଣସି କ୍ଷତି ପଂହଚାଇ ନଥାଏ ।

ମେଷ ରାଶି – (ଚୁ ଚେ ଚୋ ଲ ଲି ଲ ଅ) ଆଦ୍ୟ ଅକ୍ଷର ବ୍ୟକ୍ତି ପାଇଁ ଲାଲ ରଂଗର ଅବିର ବ୍ୟବହାର କରିବା ଶୁଭ ଅଟେ ।
ଅଶ୍ୱିନୀ ମେଷ- ଜାତ ବ୍ୟକ୍ତି ମଳିନ ବର୍ଣ୍ଣର ସିନ୍ଦୂର ରଙ୍ଗ ଏବଂ
ଦ୍ୱିଜା ମେଷ- ନକ୍ଷତ୍ର ଜାତ ବ୍ୟକ୍ତି ଧଳାଅଭ୍ରଯୁକ୍ତ ଲାଲବର୍ଣ୍ଣ ଏବଂ
କୃତିକା ମେଷ – ନକ୍ଷତ୍ର ବ୍ୟକ୍ତିମାନେ ଫିକାଳିଆ ଲାଲବର୍ଣ୍ଣର ଅବିର ହୋଲି ଖେଳରେ ବ୍ୟବହାର କରିବା ଉଚିତ୍ ।
ବୃଷରାଶି- (ଇ, ଉ, ଏ, ଓ, ବା, ବି, ବୁ, ବେ, ବୋ) ଆଦ୍ୟ ଅକ୍ଷର ଥିବା ବ୍ୟକ୍ତିବିଶେଷମାନେ ଧଳା ଅବିର ବ୍ୟବହାର କରିପାରିବେ ।
କୃତିକା ବୃଷ – ନକ୍ଷତ୍ର ଜାତ ବ୍ୟକ୍ତି ଚମକପ୍ରଦ ଧବଳ ବା ଚିକ୍କଣ ଧଳା ବା ସିଲିଭର ରଙ୍ଗ ଏବଂ
ରୋହିଣୀବୃଷ – ନକ୍ଷତ୍ର ଜାତ ବ୍ୟକ୍ତି ଦୁଗ୍ଧବର୍ଣ୍ଣର ଅବିର ଓ
ମୃଗଶୀରା ବୃଷ – ନକ୍ଷତ୍ର ବ୍ୟକ୍ତିମାନେ ଇଷତ୍ଲାଲ୍ଯୁକ୍ତ ଧବଳ ବର୍ଣ୍ଣର ଅବିର ବ୍ୟବହାର କରିପାରିବେ ।
ମିଥୁନ ରାଶି-(କା,କି,କୁ,ଘ,ଛ,କେ, କୋ, ହା) ଆଦ୍ୟ ଅକ୍ଷର ଥିବା ବ୍ୟକ୍ତିବିଶେଷମାନେ ସବୁଜ ରଂଗର ଅବିର ବ୍ୟବହାର କରିପାରିବେ ।
ମୃଗଶିରା ମିଥୁନ- ନକ୍ଷତ୍ର ଲାଲଆଭାଯୁକ୍ତ ସବୁଜ,
ଆର୍ଦ୍ରା ମିଥୁନ – ନକ୍ଷତ୍ର ବ୍ୟକ୍ତିମାନେ ଖଇରିଆ ଅଭ୍ରଯୁକ୍ତ ଅବିର ଓ
ପୁନର୍ବସୁ ମିଥୁନ – ବ୍ୟକ୍ତିମାନେ ଇଷତ୍ ହଳଦିଆଯୁକ୍ତ ସବୁଜ ରଂଗର ଅବିର ବ୍ୟବହାର କରିବା ଶୁଭଙ୍କର ହେବ ।
କର୍କଟ ରାଶି – (ହି, ହୁ, ହେ, ହୋ, ତା, ଡ଼ୋ, ଡ଼ି, ଡ଼ ଡେ)଼ ଆଦ୍ୟ ଅକ୍ଷର ଥିବା ବ୍ୟକ୍ତିମାନେ ଧବଳ ରଙ୍ଗର ଅବିର ବ୍ୟବହାର କରିବା ଉଚିତ୍ ।
ପୁନର୍ବସୁ କର୍କଟ – ନକ୍ଷତ୍ରଜାତ ବ୍ୟକ୍ତି ଇଷତ୍ହଳଦିଆ ଧବଳ ରଂଗ,
ପୁଷ୍ୟା କର୍କଟ – ନକ୍ଷତ୍ରଯୁକ୍ତ ି ବ୍ୟକ୍ତି ଇଷତ୍ନୀଳଯୁକ୍ତ ବା ଆକାଶିଆ ନୀଳଯୁକ୍ତ ଧବଳ ବର୍ଣ୍ଣର ଫଗୁ ବ୍ୟବହାର କରିବା ଉଚିତ୍ ।
ଅଶ୍ଳେଷା କର୍କଟ – ନକ୍ଷତ୍ରଯୁକ୍ତ ବ୍ୟକ୍ତି ଶିଉଳୀ ରଂଗ ମିଶ୍ରିତ ଧବଳ ବର୍ଣ୍ଣର ଅବିର ବ୍ୟବହାର କରିପାରିବେ ।
ସିଂହରାଶି – (ମି, ମୁ, ଟ, ଟା, ଟି, ଟୁ) ଆଦ୍ୟ ଅକ୍ଷର ଥିବା ବ୍ୟକ୍ତିମାନେ ଗୋଲାପୀ ରଂଗର ଅବିର ବ୍ୟବହାର ଶାସ୍ତ୍ରସମ୍ମତ ।
ମଘା ସିଂହ – ନକ୍ଷତ୍ର ବ୍ୟକ୍ତି ସାମାନ୍ୟ ମଳିନ ବର୍ଣ୍ଣର ଗାଢ ଗୋଲାପୀ ରଂଗର ଅବିର ବ୍ୟବହାର କରନ୍ତୁ ।
ପୂର୍ବଫାଲଗୁନୀ ସିଂହ – ନକ୍ଷତ୍ର ବ୍ୟକ୍ତି ଫିକାଳିଆ ଗୋଲାପୀ ରଂଗର ଅବିର ବ୍ୟବହାର କରିପାରିବେ ।
ଉତରାଫାଲଗୁନୀ ସିଂହ – ନକ୍ଷତ୍ରର ବ୍ୟକ୍ତି ଇଷତ୍ ଗୋଲାପୀର ଅବିର ବ୍ୟବହାର କରିପାରିବେ ।
କନ୍ୟା ରାଶି – (ଟୋ, ଣା, ପି, ପୁ, ଷ, ତା, ଥ, ପେ, ପୋ) ଆଦ୍ୟ ଅକ୍ଷର ଥିବା ବ୍ୟକ୍ତିମାନେ ପତ୍ରରଂଗର ସବୁଜ ଅବିର ବ୍ୟବହାର ଅତ୍ୟନ୍ତ ଶୁଭପ୍ରଦ ।
ଉତରାଫଲୁଗନୀ କନ୍ୟା – ନକ୍ଷତ୍ରଯୁକ୍ତ ବ୍ୟକ୍ତିମାନେ ସାମାନ୍ୟ ସବୁଜ ରଂଗର ଅବିର ବ୍ୟବହାର କରନ୍ତୁ ।
ହସ୍ତା କନ୍ୟା – ନକ୍ଷତ୍ର ବ୍ୟକ୍ତିମାନେ ଗରଳଯୁକ୍ତ ଅବିର ବ୍ୟବହାର କରିବେ ।
ଚିତ୍ରା କନ୍ୟା – ନକ୍ଷତ୍ର ବିଶିଷ୍ଠ ବ୍ୟକ୍ତବିଶେଷ ଜିଙ୍ଗ ଗ୍ରିନ ବା ତମ୍ବାଳିଆ ସବୁଜ ରଂଗର ଅବିର ବ୍ୟବହାର କରିପାରିବେ ।
ତୁଳାରାଶି – (ରା, ରି, ରୁ, ରେ, ରୋ, ତା, ତି, ତୁ, ତେ) ଆଦ୍ୟଅକ୍ଷର ଥିବା ବ୍ୟକ୍ତିମାନେ ଧଳା ବା ଶୁଭ୍ର ରଂଗର ଅବିର ଶୁଭ ।
ଚିତ୍ରା ତୁଳା – ନକ୍ଷତ୍ର ପାଇଁ ଇଷତ୍ ଲାଲ ଯୁକ୍ତ ଧବଳ,
ସ୍ୱାତୀ ତୁଳା – ନକ୍ଷତ୍ର ପାଇଁ ଖଇରିଆ ମିଶା ଧଳା ଅବିର ଏବଂ
ବିଶାଖା ତୁଳା – ନକ୍ଷତ୍ରପାଇଁ କଳମା ଚୋପା ମିଶ୍ରିତ ଧବଳ ବର୍ଣ୍ଣର ଅବିର ଶୁଭ ହୋଇଥାଏ ।

ବିଛାରାଶି – (ତୋ, ନା, ନୀ, ନୁ, ନେ, ନୋ, ଜୋ, ଣି, ଜୁ) ଆଦ୍ୟଅକ୍ଷର ଥିବା ବ୍ୟକ୍ତିମାନେ ଲାଲ, ବାଦାମୀ, ଗହମ ରଂଗର ଅବିର ଶୁଭ ।
ବିଶାଖା ବିଛା – ବ୍ୟକ୍ତିପାଇଁ ଇଷତ୍ ହଳଦିଆଯୁକ୍ତ ଲାଲ୍ ରଂଗ,
ଅନୁରାଧା ବିଛା – ପାଇଁ ସାମାନ୍ୟ ନୀଳରଙ୍ଗଯୁକ୍ତ ଲାଲ୍ ଓ
ଜ୍ୟେଷ୍ଠା ବିଛା – ନକ୍ଷତ୍ରଯୁକ୍ତ ପାଇଁ ଶିଉଳ ରଂଗଯୁକ୍ତ ଲାଲ ଶୁଭ ।

ଧନୁରାଶି – (ଯେ, ଯୋ, ଭା, ଭି, ଭୁ, ଧା ଫା, ଭେ) ଆଦ୍ୟଅକ୍ଷର ବ୍ୟକ୍ତିମାନଙ୍କ ପାଇଁ ହଳଦିଆ ରଙ୍ଗ ଅତ୍ୟନ୍ତ ଶୁଭ ।
ମୂଳାଧନୁ – ପାଇଁ ମଳିନଯୁକ୍ତ ହଳଦିଆ ଅବିର,
ପୂର୍ବାଷାଢାଧନୁ – ପାଇଁ ସାମାନ୍ୟ ହଳଦିଆ (ଲାଇଟ ୟେଲୋ) ଏବଂ
ଉତରାଷାଢା ଧନୁ – ପାଇଁ ସାମାନ୍ୟ ହଳଦିଆ ରଙ୍ଗର ଅବିର ବ୍ୟବହାର ଶୁଭ ଅଟେ ।

ମକର ରାଶି – (ହୋ, ଜା, ଜୁ, ଜେ, ଜୋ, ଖ, ଖା, ଖୀ, ଖୁ, ଗା, ଗୀ) ଆଦ୍ୟ ଅକ୍ଷର ଥିବା ବ୍ୟକ୍ତିପାଇଁ ନୀଳବଣ୍ଣ (ବ୍ଲୁ ରଙ୍ଗ) ର ଅବିର ବ୍ୟବହାର କରିପାରିବେ ।
ଉତରାଷାଢା ମକର – ପାଇଁ ଘନନୀଳ ଅବିର,
ଶ୍ରବଣା ମକର – ପାଇଁ କଳା ଓ ନୀଳ ବର୍ଣ୍ଣର ଅବିର ଏବଂ
ଧନିଷ୍ଠା ମକର – ନକ୍ଷତ୍ର ପାଇଁ ଲାଲ ଅଭ୍ରଯୁକ୍ତ ନୀଳବର୍ଣ୍ଣ ଅବିର ବ୍ୟବହାର ଶୁଭ ।

କୁମ୍ଭରାଶି – (ଗେ, ଗୁ, ଗୋ, ସା, ସୀ, ସୁ, ସେ, ସୋ) ଆଦ୍ୟ ଅକ୍ଷର ବ୍ୟକ୍ତିମାନେ ଆକାଶିଆ ନୀଳବର୍ଣ୍ଣର ଅବିର ବ୍ୟବହାର କରିପାରିବେ ।
ଧନିଷ୍ଠାକୁମ୍ଭ – ପାଇଁ ସାମାନ୍ୟ ଲାଲଯୁକ୍ତ ନୀଳ ବ୍ୟବହାର କରିପାରିବେ ।
ଶତଭିଷାକୁମ୍ଭ – ପାଇଁ ବାଦାମୀ ରଙ୍ଗ,
ପୂର୍ବଭାଦ୍ରପଦ କୁମ୍ଭ – ପାଇଁ କମଳାବର୍ଣ୍ଣଯୁକ୍ତ ନୀଳବର୍ଣ୍ଣ ବ୍ୟବହାର ଅତ୍ୟନ୍ତ ଶୁଭ ।

ମୀନରାଶି – (ଜୀ ଜୁ ଥ ଝ ଦ ଦେ ଦୋ ଚା ଚି) ଆଦ୍ୟ ଅକ୍ଷର ବ୍ୟକ୍ତିପାଇଁ କମଳା ରଙ୍ଗର ଅବିର ଶୁଭ ।
ପୂର୍ବଭାଦ୍ରପଦ ମୀନ – ପାଇଁ କମଳା ରଙ୍ଗ,
ଉ.ଭାଦ୍ରପଦମୀନ – ସ୍ଥଳେ ହନୁମାନଲାଲ ଅବିର ଓ
ରେବତୀ ମୀନ – ନକ୍ଷତ୍ରଯୁକ୍ତ ଅରୁଣବର୍ଣ୍ଣ ବା ଆକାଶିଆ ଲାଲବର୍ଣ୍ଣର ଅବିର ବ୍ୟବହାର ଶୁଭ ।

“ଗର୍ଗ ଜ୍ୟୋତିଷ”
ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତୀ ଆଚାର୍ଯ୍ୟ (ଏମ୍ କମ୍ , ଏମ୍ ବିଏ)
ପ୍ଲଟ ନଂ- ଏସ୍-୩/୩୦୯, ସେକ୍ଟର-୩, ସତ୍ୟସାଇ ମନ୍ଦିର ପାଖ
ନିଳାଦ୍ରୀବିହାର, ଭୁବନେଶ୍ୱର -୨୧, ମୋ- ୯୪୩୮୩୮୯୦୩୯
gargajyotish@gmail.com

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ