ଜ୍ୟୋତି ମେଧା ବୃତ୍ତି ସହିତ ଅରୁଣିମା (୨୦୨୦) ଚତୁର୍ଥ ସଂସ୍କରଣର ଶୁଭାରମ୍ଭ

ଯାଜପୁର,-: ଟାଟା ଷ୍ଟିଲ ପକ୍ଷରୁ କଳିଙ୍ଗନଗରର ସୁକିନ୍ଦା ଭବନଠାରେ ୩ ଧରି ଅନୁଷ୍ଠିତ ହେଉଥିବା ‘ଅରୁଣିମା’ କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣର ଶୁଭାରମ୍ଭ ହୋଇଯାଇଛି । ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଅରୁଣିମା କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଟାଟା ଷ୍ଟିଲର ସୁକିନ୍ଦା, ବ୍ରାହ୍ମଣୀପାଳ ଓ କଳିଙ୍ଗନଗର କାର୍ଯ୍ୟକ୍ଷେତ୍ର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଏକ ସାଧାରଣ ମଂଚ ପ୍ରଦାନ କରୁଛି, ଯେଉଁଠାରେ ସେମାନଙ୍କ ଉଦ୍ୟମକୁ ମାନ୍ୟତା ପ୍ରଦାନ କରାଯିବା ସହିତ ସ୍ଥାନୀୟ ଅଞ୍ଚଳର ବିକାଶ ଯାତ୍ରାରେ ସେମାନଙ୍କୁ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଅରୁଣିମା ଅନ୍ତର୍ଗତ ଜ୍ୟୋତି ମେଧା ବୃତ୍ତି ନାମକ ଯୁବ ସମ୍ମିଳନୀ ଏବଂ ଜାନୁୟାରୀ ୩୧ ଓ ଫେବୃଆରୀ ୧ ତାରିଖ ଦିନ ଯଥାକ୍ରମେ କୃଷକମାନଙ୍କ ପାଇଁ କୃଷିଭିତ୍ତିିକ ସମ୍ମିଳନୀ ଓ ମହିଳା ଉଦ୍ୟୋଗୀଙ୍କ ପାଇଁ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ଆଜି ଜ୍ୟୋତି ମେଧା ବୃତ୍ତି ସହିତ ଅରୁଣିମା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା, ଯେଉଁଠାରେ ଓଡ଼ିଶାର ଆର୍ଥିକ ରୂପେ ଅନଗ୍ରସର ଅନୁସୂଚୀତ ଜାତି ଓ ଜନଜାତି ପରିବାରର ମୋଟ ୭୪୮ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ।  ଉକ୍ତ କାର୍ଯ୍ୟକ୍ରମକୁ ଟାଟା ଷ୍ଟିଲ କଳିଙ୍ଗନଗର କର୍ପୋରେଟ୍ ସର୍ଭିସେସ୍ ବିଭାଗ ମହା ପ୍ରବନ୍ଧକ ଶ୍ରୀ ଆର ଆର ଶତପଥୀ ଉଦ୍‌ଘାଟନ କରିଥିଲେ । “ଶିକ୍ଷା ଏକ ବିରାଟ ପରିବର୍ତ୍ତନ ଆଣିପାରିବ ଓ ଶିକ୍ଷା ସହାୟତାରେ ବିକାଶ ଧାରାକୁ ତ୍ୱରାନ୍ୱିତ କରାଯାଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ” । ଚଳିତ ବର୍ଷର ଅରୁଣିମା କାର୍ଯ୍ୟକ୍ରମ‘ଜଳ କାର୍ଯ୍ୟ ଦଶନ୍ଧି’ ନାମକ ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ । ସେହିପରି ଓଡ଼ିଶା ସିଏସ୍‌ଆର ବିଭାଗ ମୁଖ୍ୟ ଶ୍ରୀ ଅମ୍ବିକା ପ୍ରସାଦ ନନ୍ଦ କହିଥିଲେ ଯେ, ““ଚଳିତ ବର୍ଷଠାରୁ ଆମେ ନିଜ କାର୍ଯ୍ୟକ୍ରମରେ କିଛିଟା ପରିବର୍ତ୍ତନ ଆଣିଛୁ ଓ ଜଳ ସମ୍ପର୍କିତ ମାମଲାରେ ଏକ ଠୋସ୍ ଓ ଦୀର୍ଘସ୍ଥାୟୀ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଉଛୁ । “ଗୋଷ୍ଠୀମାନଙ୍କୁ ଆଲୋଚନା ପାଇଁ ଏକତ୍ର କରିବା ସହିତ ଜଳ ସମ୍ପର୍କିତ ବିଭିନ୍ନ ମାମଲାର ଦୀର୍ଘସ୍ଥାୟୀ ସମାଧାନ ଆଣିବା ଆମର ମୁଖ୍ୟ ଲକ୍ଷ୍ୟ” ।
ଜ୍ୟୋତି ମେଧା ବୃତ୍ତି ‘ଶିକ୍ଷା’ କ୍ଷେତ୍ରରେ ଥିବା ଅଭାବକୁ ପୁରଣ କରିବା ଦିଗରେ କମ୍ପାନୀର ଏକ ସକରାତ୍ମକ କାର୍ଯ୍ୟ ନୀତି । ଗତ ୩୦ ବର୍ଷ ହେଲା ଟାଟା ଷ୍ଟିଲ ପକ୍ଷରୁ ଅନୁସୂଚୀତ ଜାତି ଓ ଜନଜାତିର ବିଦ୍ୟାଳୟ ଓ ମହାବିଦ୍ୟାଳୟର ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ମେଧା ବୃତ୍ତି ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଚଳିତ ବର୍ଷ କଳିଙ୍ଗନଗରର ୩୩୯ ଓ ବ୍ରାହ୍ମଣୀପାଳର ୨୩୬ ଓ ସୁକିନ୍ଦାର ୧୭୩ଜଣ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ମେଧା ବୃତ୍ତି ପ୍ରଦାନ କରାଯାଇଛି । ଟାଟା ଷ୍ଟିଲ ଜନଜାତି ସାଂସ୍କୃତିକ ସମିତି (ଟିସିଏସ୍‌) ପକ୍ଷରୁ କମ୍ପାନୀର କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ପରୀକ୍ଷା ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଉକ୍ତ ବୃତ୍ତି ନିମନ୍ତେ ଚୟନ କରାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ