ଜ୍ୟୋର୍ତିପୀଠ ପୂଜ୍ୟ ଶଙ୍କରାଚାର୍ଯ୍ୟ ଭୁବନେଶ୍ୱରରେ ଗୋଧ୍ୱଜା ସ୍ଥାପନ କରିବେ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗୋ ପତାକା ସ୍ଥାପନ, ଗୋମାତାକୁ ରାଷ୍ଟ୍ରମାତା ଭାବେ ଘୋଷଣା କରିବା ଓ ଗୋବଧକୁ ଭାରତବର୍ଷରେ ନିଷେଧ କରିବାକୁ ଜ୍ୟୋର୍ତିପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଜୀ ମହାରାଜ ଆସନ୍ତା ଅକ୍ଟୋବର ୬ ତାରିଖ ରବିବାର ଭୁବନେଶ୍ୱରରେ ପହଞ୍ôଚ, ମଞ୍ଚେଶ୍ୱରସ୍ଥ ରେଳବାଇ ଇନ୍ଡୋର ଷ୍ଟାଡିୟମ ଠାରେ ପୂର୍ବାହ୍ନ ୧୧ ଘଟିକା ସମୟରେ ଗୋଭକ୍ତ, ଗୋସେବକ ଓ ଧର୍ମପ୍ରେମୀ ସଜ୍ଜନମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୯୬୬ ମସିହାରେ ଧର୍ମସମ୍ରାଟ ସ୍ୱାମୀ ଶ୍ରୀ କରପତ୍ରୀଜୀ ମହାରାଜ ଯେଉଁ ଗୋରକ୍ଷା ଆନ୍ଦୋଳନର ସୂତ୍ରପାତ କରିଥିଲେ, ସ୍ୱାମିଜୀ ସେହି ଆନ୍ଦୋଳନକୁ ଆଗକୁ ବଢାଇବା ପାଇଁ ସେପ୍ଟେମ୍ବର ୨୨ ତାରିଖରୁ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ସାରା ଭାରତବର୍ଷର ୩୩ଗୋଟି ରାଜ୍ୟ ପରିକ୍ରମା କରିବେ । ଆପଣମାନଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଗୋମାତାଙ୍କ ପାଇଁ ସ୍ୱାମିଜୀ ମହାରାଜ ଗତ କିଛିଦିନ ତଳେ ବୃନ୍ଦାବନ ଠାରୁ ଖାଲି ପାଦରେ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ଗୁରୁବାର ସନ୍ଧ୍ୟାରେ ସତ୍ୟନଗରଠାରେ ପ୍ରସ୍ତୁତି କମିଟିର ଶେଷ ବୈଠକ ସ୍ୱାଗତ କମିଟିର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜ୍ୟୋର୍ତିପୀଠର ପ୍ରତିିନିଧି ବ୍ରହ୍ମଚାରୀ ଚିତ୍ ପ୍ରକାଶ, ସ୍ୱାଗତ କମିଟିର ଉପାଧ୍ୟକ୍ଷ ଡଃ କରୁଣାକର ପ୍ରଧାନ, ଡଃ ବି.ସି ମେନନ୍, ଶ୍ରୀଜଗନ୍ନାଥ ଧର୍ମପ୍ରଚାରକ ଶ୍ରୀ ଅରବିନ୍ଦ ବିଶ୍ୱାଳ, ପୂର୍ବତନ କୁଳପତି ଡଃ ହରେକୃଷ୍ଣ ଶତପଥୀ, ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର, ଗୋସେବକ କମଲ ଅଗ୍ରୱାଲ, ପୱାନ ଗୁପ୍ତା, ଜ୍ଞାନଚାନ୍ଦ ନହର, ମନୋଜ ଡୁଗର, ଲକ୍ଷ୍ମୀନାରାୟଣ ଅଗ୍ରୱାଲ, ସ୍ୱାଗତ ରାଉତରାୟ, ଆଡ଼ଭୋକେଟ ଶାନ୍ତନୁ ସାହୁ, ସମାଜସେବୀ କୈଳାସ ମିଶ୍ର, ପ୍ରଜ୍ଞାରାଜ ପ୍ରଧାନ ପ୍ରମୁଖ ୬ ତାରିଖ କାର୍ଯ୍ୟକ୍ରମର ସଫଳତା ବିଷୟରେ ବିଶେଷ ଭାବେ ଆଲୋଚନା କରିଥିଲେ । ବାସ୍ତୁବିତ ଡଃ ମନୋଜ ଲେଙ୍କା ସ୍ୱାମିଜୀଙ୍କୁ ଓଡ଼ିଶା ରାଜ୍ୟ ତରଫରୁ ସମ୍ବର୍ଦ୍ଧନା ଦେବା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରଖିଥିଲେ ।
କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସ୍ୱାଗତ କମିଟିର ଉପାଧ୍ୟକ୍ଷ ପୂର୍ବତନ ଆଇଜି ଶ୍ରୀ ଅରୁଣ କୁମାର ଉପାଧ୍ୟାୟ, ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି ।