ଜ୍ୱର,ଝାଡ଼ାବାନ୍ତି: ୨୦ରୁ ଉର୍ଦ୍ଧ୍ୱ ପରିବାର ଆକ୍ରାନ୍ତ, କୋଭିଡ-୧୯ ପରୀକ୍ଷା କରାଯିବ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପଞ୍ଚାୟତ ବି.ଡକେବାଡ଼ି ଗ୍ରାମରେ ଗତ ୧୦ ଦିନ ହେଲା ୨୦ରୁ ଉର୍ଦ୍ଧ୍ୱ ପରିବାରର ଲୋକଙ୍କୁ ଜ୍ୱର ଲାଗିରହିଛି। ଏବେ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଦୁଇଦିନ ହେଲା ଝାଡ଼ା ମଧ୍ୟ ହେଉଛି। ଡାକ୍ତରୀଦଳ ସୋମବାର ଉକ୍ତ ଗ୍ରାମକୁ ଯାଇ ଚିକିତ୍ସା କରି ଫେରିଥିବାବେଳେ ଜ୍ୱର ନ ଛାଡ଼ିବାରୁ କେତେଜଣ ଘରୋଇ କ୍ଲିନିକ୍‌ରେ ଚିକିତ୍ସିତ ହେଉଛନ୍ତି। ଡାକ୍ତରୀ ଦଳ ନିୟମିତ ଯାଇ ଚିକିତ୍ସା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଖବର ପାଇ ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷ ରମାକାନ୍ତ ବଳିଆର ସିଂ ବି.ଡକେବାଡ଼ିରେ ପହଞ୍ଚି ରୋଗୀମାନଙ୍କ ସହ ଆଲୋଚନା କରିବା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। କେତେଜଣଙ୍କୁ ଟାଇଫଏଡ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଅନ୍ୟ ପକ୍ଷେ ସମସ୍ତଙ୍କ ରକ୍ତ ନମୁନାକୁ ସଂଗ୍ରହ କରି କୋଭିଡ-୧୯ ଟେଷ୍ଟ ପାଇଁ ପଠାଇବାକୁ ଚିନ୍ତା କରାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରଶାସକ ଡାକ୍ତର ବଂଶୀଧର ପାତ୍ର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ