ଜ୍ୱରରେ ବାଦପୁର ଆଦର୍ଶ ବିଦ୍ୟାଳୟର ଛାତ୍ର ମୃତ

ପାତ୍ରପୁର(ଯୁଗାବ୍ଦ ନ୍ୟୁଜ୍‌) : ପାତ୍ରପୁର ବ୍ଳକର ବାଦପୁର ଠାରେ ଥିବା ଆଦର୍ଶ ବିଦ୍ୟାଳୟର ଜଣେ ଛାତ୍ର ଜ୍ଵରରେ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ମୃତ ଛାତ୍ର ଜଣକ ପରିଚୟ ତୁମ୍ବା ଗ୍ରାମର ବିଶ୍ବନାଥ ବେହେରାଙ୍କ ପୁଅ ବିକାଶ ବେହେରା (୧୫) ବୋଲି ଜଣାପଡିଛି । ସୂଚନା ମୁତାବକ ଗତଚାରି ଦିନ ହେବ ବିକାଶ ଜ୍ୱରରେ ପିଡିତ ଥିବା ବେଳେ ଆଜି ପ୍ରିବୋର୍ଡ ପରୀକ୍ଷା ଦେବାଲାଗି ଘରୁ ମେଡିସିନ ଖାଇ ବାଦପୁର ଆଦର୍ଶ ବିଦ୍ୟାଳୟକୁ ଆସି ପରୀକ୍ଷା ହଲରେ ବସି ପରୀକ୍ଷା ମଧ୍ୟ ଦେଇଥିଲେ। ପରୀକ୍ଷାରେ ଲେଖୁଥିବା ସମୟରେ ହଠାତ୍ ସେ ଅସୁସ୍ଥ ଅନୁଭବ କରି ଶୋଇ ପଡିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ଏହା ଜାଣିବା ପରେ ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇ ହସ୍ପିଟାଲ ନେବାର ବ୍ୟବସ୍ଥା କରିଥିଲେ। ପାତ୍ରପୁର ମେଡ଼ିକାଲରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଖବର ମିଳିଛି। ଶବ ବ୍ୟବଚ୍ଛେଦ ପରେ ଶବ ସତ୍କାର କରାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ