ଜ୍ୱରରେ ଶିଶୁ ମୃତ୍ୟୁ ସଂଖ୍ୟା ୧୦୮ ରେ ପହଞ୍ଚିଲା
ବିହାର , ବିହାରରେ ମୁଜଫରପୁରରେ ଅଘଟଣ । ଏନସେଫାଲାଇଟିସ ଜ୍ୱରରେ ଆକ୍ରାନ୍ତ ହୋଇ ଚାଲିଗଲାଣି ନିରିହ ଶିଶୁଙ୍କ ଜୀବନ । କିନ୍ତୁ ରାଜ୍ୟ ସରକାର କି ପ୍ରଶାସନ ର ନିଦ ଭାଙ୍ଗିନଥିବା ବେଳେ ଆଜି ଶିଶୁ ମୃତ୍ୟୁ ସଂଖ୍ୟା ୧୦୮ ରେ ଛୁଇଁଲା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶକୁମାରଙ୍କ ନିଦ ଭାଙ୍ଗିଛି । ମୁଖ୍ୟମନ୍ତ୍ରୀ ମଙ୍ଗଳବାର ହସପିଟାଲରେ ପହଞ୍ଚି ରୋଗୀ ଓ ରୋଗୀ ସଂପର୍କୀୟ ମାନଙ୍କୁ ଭେଟିଛନ୍ତି । ଏହି ଘଟଣାକୁ ନେଇ ଜ୍ୱରରେ ଆକ୍ରାନ୍ତ ପରିବାର ସଦସ୍ୟଙ୍କ ମନରେ ଅସନ୍ତୋଷ େ ଦଖାଦେଇଛି । ଏହା ସହ ଶିଶୁ ମାନେ ଯେଉଁ ହସପିଟାଲରେ ଚିକିସ୍ରିତ ହେଉଛନ୍ତି ସେଠାରେ ଉପଯୁକ୍ତ ଚିକିସ୍ରା ହେଉନଥିବା ରୋଗୀଙ୍କ ସଂପର୍କୀୟ ମାନେ ଅଭିଯୋଗ କରିଛନ୍ତି ।