ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଭିନ୍ନକ୍ଷମ ଉପକରଣ ବଣ୍ଟନ

ହାଟଡିହି, (ବିକାଶ ବିଶ୍ୱାଳ):ରାଜ୍ୟର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଭାବେ ପରିଚିତ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କୁ ଭିନ୍ନକ୍ଷମ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୟଦୁର୍ଗା ଫାଉଣ୍ଡେସନର ସଭାପତି ଅବିନାଶ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷା ସୁରେଶ୍ଵରୀ ସାଗରିକା ଜେନା, ସଦସ୍ୟ ତଥା ସମିତି ସଭ୍ୟ କୈଳାଶ ରାଉତ, ପୂର୍ବତନ ସରପଞ୍ଚ ବୈଲୋଚ଼ନ ନାୟକ, ସୁଦାମ ଚ଼ରଣ ଜେନା ପ୍ରମୁଖ ଯୋଗଦେଇ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ୧୫୦ ଜଣ ଦିବ୍ୟାଙ୍ଗଙ୍କୁ ଶ୍ରବଣଯନ୍ତ୍ର, ହୁଇଲ ଚେୟାର, ୱାକର, ଆଶାବାଡି, ଅଣ୍ଟା ବେଲ୍ଟ ଆଦି ବଣ୍ଟନ କରିଥିଲେ। ଟ୍ରଷ୍ଟର ପ୍ରମୁଖ କର୍ମକର୍ତ୍ତା ଚିନୁ ସାହୁ, ରମେଶ ସାମଲଙ୍କ ସମେତ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟର ଏପରି ମହତ କାର୍ଯ୍ୟକ୍ରମକୁ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ